Categories: ଜାତୀୟ

ଶାହାଙ୍କ ସହ ସାକ୍ଷାତକାର ପରେ ଟୁଇଟ କଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୯।୨: ତୃତୀୟଥର ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଆମ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ବୁଧବାର ଅପରାହ୍ନରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସହ ସାକ୍ଷାତକାର କରିଛନ୍ତି। ଦିଲ୍ଲୀ ବିଧାନସଭା ନିର୍ବାଚନ ପରେ ଶାହା ଓ କେଜରିଓ୍ବାଲଙ୍କ ମଧ୍ୟରେ ଏହା ପ୍ରଥମ ବୈଠକ ରହିଥିଲା। ତେବେ ଏହି ବୈଠକରେ ଦିଲ୍ଲୀ ସହ ଜଡିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଦିଲ୍ଲୀର ବିକାଶ ପାଇଁ ଉଭୟ କେନ୍ଦ୍ର ଓ ଦିଲ୍ଲୀ ସରକାର ଏକାଠି ମିଶି କାମ କରିବେ ବୋଲି ସହମତି ପ୍ରକାଶ କରିଛନ୍ତି। ଏହି ବୈଠକ ସଫଳ ହୋଇଥିବା ବେଳେ ବର୍ତ୍ତମାନର ମୁଖ୍ୟ ପ୍ରସଙ୍ଗ ସାଜିଥିବା ଦିଲ୍ଲୀର ଶାହିନବାଗ୍‌କୁ ନେଇ କୌଣସି ଆଲୋଚନା ହୋଇ ନ ଥିଲା। ଶାହାଙ୍କ ସହ ସାକ୍ଷାତକାର ପରେ ଏନେଇ କେଜରିଓ୍ବାଲ ଟୁଇଟ କରିଛନ୍ତି। ସେ କହିଛନ୍ତି, ଦିଲ୍ଲୀର ବିକାଶକୁ ନେଇ ଆଲୋଚନା ହୋଇଥିବା ବେଳେ ସାହିନବାଗ୍‌କୁ ନେଇ କୌଣସି ଚର୍ଚ୍ଚା ହୋଇନାହିଁ।

Share