ମୁମ୍ବାଇ,୯ ।୧୦: କ୍ରୁଜ ଶିପରେ ଡ୍ରଗ୍ସ ପାର୍ଟି କରିବା ଅଭିଯୋଗରେ ଆର୍ଯ୍ୟନ ଖାଁ ଗିରଫ ହୋଇଛନ୍ତି । ଏହାପରେ କିନ୍ତୁ ତାଙ୍କ ପିତାଙ୍କ ସମସ୍ୟା ବଢି ଯାଇଛି । ପିତା ଶାହାରୁଖଙ୍କୁ ଏଥର ବଡ ଝଟ୍କା ଲାଗିଛି । ଶାହାରୁଖ ଦେଶର ସବୁଠାରୁ ମୂଲ୍ୟବାନ ଶିକ୍ଷା-ପ୍ରାଦ୍ଦ୍ୟେଗିକି କମ୍ପାନୀ ବାୟଜୁସର ବ୍ରାଣ୍ଡ ଆମ୍ବାସଡର ଥିଲେ । ଏବେ ଆର୍ଯ୍ୟନ ଖାଁ ବିଚାର ବିଭାଗୀୟ ହାଜତକୁ ଯିବା ପରେ ବାୟଜୁସ ଶାହାରୁଖଙ୍କ ସମସ୍ତ ବିଜ୍ଞାପନ ଉପରେ ରୋକ ଲଗାଇ ଦେଇଛି । ଅଗ୍ରିମ ବୁକିଂ ପରେ ବି କମ୍ପାନୀ ଏଭଳି ପଦକ୍ଷେପ ନେଇଛି । ୨୦୧୭ରୁ ଶାହାରୁଖ ବାୟଜୁସର ବ୍ରାଣ୍ଡ ଆମ୍ବାସଡର ଥିବା ବେଳେ କମ୍ପାନୀ ତାଙ୍କୁ ବର୍ଷକୁ ପ୍ରାୟ ୩-୪ କୋଟି ଟଙ୍କା ଦେଇଥାଏ । ତେବେ ସୋସିଆଲ ମିଡିଆରେ ୟୁଜର୍ସ ଶାହାରୁଖଙ୍କ ଉପରେ ପ୍ରଶ୍ନ ଉଠାଇ ବାୟଜୁସକୁ ପଚାରିଥଇଲେ କି ଶାହାରୁଖ କ’ଣ ତାଙ୍କ ପୁଅକୁ ଏହି ଶିକ୍ଷା ଦେଇଥିଲେ । ଏମିତି ପ୍ରଶ୍ନବାଣର ଶିକାର ହେଉଥିବା ବାୟଜୁସ ଶେଷରେ ନିଜ ବିଜ୍ଞାପନରେ କିଙ୍ଗଖାନଙ୍କୁ ବାରଣ କରିଛି । ଏମିତି ହେଲେ ଶାହାରୁଖ କୋଟି କୋଟି ଟଙ୍କା ହରାଇବେ ବୋଲି କୁହାଯାଉଛି ।