ଶାହାରୁଖଙ୍କ ଷ୍ଟାଇଲ ସିକ୍ରେଟ୍‌ ଖୋଲିଲେ ଗୌରୀ

ମୁମ୍ବାଇ: ବଲିଉଡ୍‌ କିଙ୍ଗ ଖାନ୍‌ ଶାହାରୁଖ ଖାଁଙ୍କ ଷ୍ଟାଇଲିସ୍‌ ଲୁକ୍‌ ସମସ୍ତଙ୍କୁ ଦିଓ୍ବାନା କରେ। ନିକଟରେ ତାଙ୍କର ଏହି ଷ୍ଟାଇଲର ରାଜ ଖୋଲିଛନ୍ତି ତାଙ୍କ ପତ୍ନୀ ଗୌରୀ ଖାଁ। ଏକ ସାକ୍ଷାତ୍‌କାରରେ ଗୌରି କହିଛନ୍ତି ବାହାରକୁ ଯିବା ସମୟରେ ତାଙ୍କୁ ପ୍ରସ୍ତୁତ ହେବାକୁ ମାତ୍ର ୫ ମିନିଟ୍‌ ସମୟ ଲାଗିଥାଏ। ହେଲେ ଶାହାରୁଖ ବାହାରକୁ ଯିବାକୁ ହେଲେ ପ୍ରାୟ ୫ ଘଣ୍ଟା ପର୍ଯ୍ୟନ୍ତ ନିଜକୁ ପ୍ରସ୍ତୁତ କରିଥାଆନ୍ତି। ଆଉ ଏଥିପାଇଁ ଉପର ମହଲାରେ ଶାହାରୁଖଙ୍କର ଓ୍ବାର୍ଡରବରେ ଭର୍ତ୍ତି ଏକ ବଡ ରୁମ୍‌ ମଧ୍ୟ ରହିଛି। ‘ଷ୍ଟାଇଲିସ୍‌ କପୁଲ ଅଫ୍‌ ଦ ଇୟର’ ଆଓ୍ବାର୍ଡ ଗ୍ରହଣ କରିବା ଅବସରରେ ଗୌରି ଏମିତି କଥା କହିଛନ୍ତି। ଆଉ ଏହାର ଉତ୍ତରରେ ଶାହାରୁଖ କହିଛନ୍ତି, ଗୌରୀ ଯାହା କହିଛନ୍ତି ତାହା ଠିକ୍‌ କଥା ହେଲେ ମୁଁ ପ୍ରତିଥର ବ୍ଲାକ୍‌ ଶୁଟ୍‌ ପିନ୍ଧିବାକୁ ଭଲ ପାଉଥିବାରୁ ଏହାକୁ ବାଛି ପିନ୍ଧିବାକୁ ସମୟ ଲାଗିଥାଏ। ହେଲେ ଗୌରୀ ଭିନ୍ନ ଭିନ୍ନ ପୋଷାକ ପିନ୍ଧୁଥିବାରୁ ସେଥିପାଇଁ ତାଙ୍କୁ ବେଶୀ ସମୟ ଲାଗି ନ ଥାଏ।

Share