ଶାହାରୁଖ କି ଅମୀର ନୁହନ୍ତି, ଏହି ଖାନ୍‌ଙ୍କୁ ଅଧିକ ପସନ୍ଦ କରନ୍ତି କରୀନା

ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ୍‌ ପ୍ରାୟ ସମସ୍ତ ବଡ଼ ଆକ୍ଟରଙ୍କ ସହିତ କାମ କରିଛନ୍ତି। କିନ୍ତୁ ଜଣେ ଖାନ୍‌ଙ୍କୁ ସେ ବହୁତ ପସନ୍ଦ କରନ୍ତି। ଏକଥା ଖୋଦ୍‌ କରୀନା କହିଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଇରଫାନ୍‌ ଖାନ୍‌ଙ୍କ ଅପକମିଙ୍ଗ ଫିଲ୍ମ ‘ଇଂରାଜୀ ମିଡିୟମ’ରେ ସାଇନ କରିଛନ୍ତି କରୀନା। ଏହି ଫିଲ୍ମରେ ଏକ ପୋଲିସ ଭୂମିକାରେ ସେ ନଜର ଆସିବେ।

କରୀନା ଏକ ସାକ୍ଷାତକାରରେ କହିଛନ୍ତି, ଇରଫାନ୍‌ ସବୁ ଖାନ୍‌ଙ୍କଠାରୁ ବହୁତ ଭଲ। ଆଉ ତାଙ୍କ ଫିଲ୍ମରେ କାମ କରି ସେ ନିଜକୁ ଗର୍ବିତ ଅନୁଭବ କରୁଛନ୍ତି। ଏହି ଫିଲ୍ମକୁ ନେଇ ବହୁତ ଉତ୍ସାହିତ। ସେ କହିଛନ୍ତି, ମୁଁ ପ୍ରାୟ ସବୁ ଖାନ୍‌ଙ୍କ ସହିତ କାମ କରିିଛି। ଏପରିକି ଶାହାରୁଖ, ଅମୀର, ସଲମାନ୍‌ ଏବଂ ସୈଫ ଅଲ୍ଲୀ ଖାନ୍‌ଙ୍କ ସହିତ। କିନ୍ତୁ ଇର୍‌ଫାନଙ୍କ ସହିତ କାମ କରିବା ମୋ ପାଇଁ ସମ୍ମାନ ଏବଂ ଗୌରବର କଥା।

ସେ ଆହୁରି ମଧ୍ୟ କହିଛନ୍ତି ଏହି ‘ଇଂରାଜୀ ମିଡିୟମ’ ଫିଲ୍ମରେ ତାଙ୍କର ଭୂୂମିକା ଛୋଟ ହୋଇଥିଲେ ମଧ୍ୟ ତାଙ୍କୁ କୌଣସି ଫରକ ପଡ଼ିବନି। କାରଣ ସେ ଇର୍‌ଫାନ୍‌ଙ୍କ ସହ କାମ କରିବା ପାଇଁ ଏକ୍ସାଇଟେଡ୍‌। ଖାଲି ଏତିକି ନୁହେଁ ସେ କହିଛନ୍ତି, ଇରଫାନ୍‌ଙ୍କ ସହ କାମ କରିବା ସମୟରେ କମ୍ଫର୍ଟ ଜୋନ୍‌ରୁ ବାହାରକୁ ବାହାରିବା ପାଇଁ ତାଙ୍କୁ ମୌକା ବି ମିଳିଛି।

Share