ଶାହିଦଙ୍କ ସହ ସମ୍ପର୍କ ତୁଟିବାକୁ ଭାଗ୍ୟର ଲେଖା କହିଲେ କରିନା

ବମ୍ବେ: ଶାହିଦଙ୍କ ସହ ଦୀର୍ଘଦିନ ଧରି ସମ୍ପର୍କରେ ରହିବା ପରେ ହଠାତ ସୈଫ୍‌ ଅଲ୍ଲୀ ଖାଁଙ୍କୁ ବିବାହ କରି ସମସ୍ତଙ୍କୁ ଚମକାଇ ଦେଇଥିଲେ ବଲିଉଡ୍‌ ଡିଭା କରିନା କପୁର ଖାଁ। ହେଲେ କ’ଣ ପାଇଁ କରିନା ଶାହିଦଙ୍କଠାରୁ ଅଲଗା ହେଲେ ସେ ବିଷୟରେ ମୁହଁ ଖୋଲି ନ ଥିଲେ। ଏବେ ବିବାହର ସାତ ବର୍ଷ ପରେ ଏକ ସାକ୍ଷାତକାରରେ ସେ ନିଜ ମନ କଥା କହିଛନ୍ତି।

ଭାଗ୍ୟରେ ଯାହା ଥାଏ ତାହା ହୋଇଥାଏ। ଜୀବନ ଖାଲି ତା ମୁତାବକ ଚାଲିଥାଏ। ‘ଜବ ଉଇ ମେଟ’ ଏବଂ ‘ଟଶନ୍‌’ ଫିଲ୍ମ ଶୁଟିଂ ସମୟରେ ଅନେକ କିଛି ହୋଇଥିଲା। ଫଳରେ ଶାହିଦଙ୍କଠାରୁ ଦୂରେଇ ଯିବାକୁ ନିଷ୍ପତ୍ତି ନେଇଥିବା କରିନା କହିଛନ୍ତି।

ସେହିଭଳି ଟଶନ୍‌ ଶୁଟିଂ ଚାଲୁଥିବା ବେଳେ କରିନା ସୈଫଙ୍କୁ ଭେଟିଥିଲେ। ଗୋଟିଏ ପଟେ ‘ଜବ୍‌ ଉଇ ମେଟ୍‌’ ଫିଲ୍ମ ତାଙ୍କ କ୍ୟାରିୟର ଅନ୍ୟପକ୍ଷେ ‘ଟଶନ’ ତାଙ୍କ ଜୀବନ ବଦଳାଇଦେଇଥିଲା। ସେବେଠାରୁ ଶାହିଦ ଓ ତାଙ୍କ ରାସ୍ତା ଅଲଗା ହୋଇଯାଇଥିଲା। ଫିଲ୍ମର ଚରିତ୍ର ‘ଗୀତ୍‌’ ଭଳି ତାଙ୍କ ଜୀବନ ସମାନ ଭାବେ ବଦଳିଥିଲା। ଏବେ ସେ ମୋ ମନର ମଣିଷଙ୍କୁ ପାଇଛି। ଖୁସିରେ ଅଛି ବୋଲି କରିନା କହିଛନ୍ତି।

Share