Advertisement

ଶାହିଦ୍‌ଙ୍କ ‘କବିର ସିଂ’ର ରେକର୍ଡ: ପ୍ରଥମ ଦିନରେ ବ୍ୟବସାୟ ୨୦.୨୧ କୋଟି

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ଶାହିଦ୍‌ କପୁର ଓ ଅଭିନେତ୍ରୀ କିଆରା ଆଡ୍‌ଭାନୀ ଅଭିନୀତ ‘କବିର ସିଂ’ ପରଦାରେ। ଶୁକ୍ରବାର ଫିଲ୍ମଟି ରିଲିଜ୍‌ ହୋଇଥିବା ବେଳେ ଦର୍ଶକଙ୍କ ଭଲପାଇବା ସାଉଁଟୁଛି। ଫଳରେ ଫିଲ୍ମଟି ପ୍ରଥମ ଦିନରେ ଭଲ ବ୍ୟବସାୟ କରି ରେକର୍ଡ କରିଛି। ୨୦.୨୧ କୋଟି ଟଙ୍କା ରୋଜଗାର କରି ଫିଲ୍ମଟି ଶାହିଦ୍‌ଙ୍କ ସବୁଠୁ ଭଲ ଓପନର ସାବ୍ୟସ୍ତ ହୋଇଛି। ଏହା ପୂର୍ବରୁ ଶାହିଦ୍‌ ଅଭିନୀତ ‘ପଦ୍ମାବତ୍‌’ ପ୍ରଥମ ଦିନରେ ୧୯ କୋଟି ବ୍ୟବସାୟ କରିଥିଲା।

ତେବେ ‘କବିର ସିଂ’ ୨୦୧୭ରେ ରିଲିଜ୍‌ ହୋଇଥିବା ‘ଅର୍ଜୁନ ରେଡ୍ଡୀ’ ଫିଲ୍ମର ହିନ୍ଦୀ ରିମେକ୍‌। ଫିଲ୍ମକୁ ଭାରତରେ ୩୧୨୩ ସ୍କ୍ରିନ୍‌ରେ ରିଲିଜ କରାଯାଇଛି। ଏହାର ନିର୍ଦ୍ଦେଶନା ଦେଇଛନ୍ତି ସନ୍ଦିପ ବଙ୍ଗା। ଆଗାମୀ ଦିନରେ ଫିଲ୍ମଟି ଭଲ ବ୍ୟବସାୟ କରିବ ବୋଲି ଆଶା କରାଯାଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share