ଶାହିଦ୍‌ କପୁରଙ୍କ ସହ ଡେଟ୍‌ରେ ଯିବାକୁ ଚାହୁଁଛନ୍ତି ଏହି ଅଭିନେତା

ନିକଟରେ ଅଭିନେତ୍ରୀ ଦିଶା ପଟାନୀଙ୍କ ସହ ଅନ୍ତରଙ୍ଗ ଦୃଶ୍ୟ କରିବାକୁ ଇଚ୍ଛା ପ୍ରକାଶ କରିଥିବା ଅଭିନେତା ଅପରାଶକ୍ତି ଖୁରାନା ଏବେ ଶାହିଦ କପୁରଙ୍କୁ ଡେଟ୍‌ କରିବାକୁ ଚାହୁଁଛନ୍ତି। ଏକ ଚାଟ୍‌ ଶୋ’ରେ ଭାଗ ନେବା ଅବସରରେ କେଉଁ ଅଭିନେତାଙ୍କ ସହ ରିଲେସନ୍‌ସିପ୍‌ରେ ରହିବାକୁ ପସନ୍ଦ କରିବେ ବୋଲି ତାଙ୍କୁ ପଚାରାଯିବାରୁ ଅପରାଶକ୍ତି ଏହା କହିଛନ୍ତି। ଶାହିଦଙ୍କ ଡ୍ରେସିଂ ଷ୍ଟାଇଲ୍‌ ମୋତେ ଖୁବ୍‌ ପସନ୍ଦ। ସେ ଏବେ ବି ୨୫ବର୍ଷର ଯୁବକ ଭଳି ଲାଗନ୍ତି ବୋଲି ସେ କହିଛନ୍ତି। ଏହାସହ କ୍ୟାଟ୍ରନା କୈଫ ଏବଂ ଆଲିଆଙ୍କ ମଧ୍ୟରୁ କାହା ସହ ଡେଟ୍‌ରେ ଯିବାକୁ ପଚରାଯିବାରୁ ସେ ଆଲିଆଙ୍କ ପାଇଁ କ୍ୟାଟ୍ରିନାଙ୍କୁ ରିଜେକ୍ଟ କରିଦେବେ ବୋଲି କହିଛନ୍ତି।

Share