Categories: ଜାତୀୟ

ଶାହିନବାଗରେ ପ୍ରଦର୍ଶନକାରୀଙ୍କୁୁ ହଟାଇବାକୁ ପହଞ୍ଚିଲେ ସାଧାରଣ ଜନତା

ନୂଆଦିଲ୍ଲୀ,୨।୨: ଶାହିନବାଗରେ ଚାଲିଥିବା ବିରୋଧ ପ୍ରଦର୍ଶନକୁ ନେଇ ଏବେ ବିବାଦ ମୁଣ୍ଡ ଟେକିଛି। ରାସ୍ତା ଖାଲି କରିବା ପାଇଁ ସେଠାରୁ ପ୍ରଦର୍ଶନମାରୀଙ୍କୁ ହଟାଇବା ଲାଗି ରବିବାର ସାଧାରଣ ଜନତା ଏକାଠି ହୋଇଛନ୍ତି। ଇତିମଧ୍ୟରେ ପ୍ରଦର୍ଶନକାରୀ ଓ ସାଧାରଣ ଜନତାଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି। ଏହି ବିବାଦକୁ ଦେଖି ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। ସୂଚନା ଅନୁଯାୟୀ, ଶାହିନବାଗରେ ବନ୍ଦ ଥିବା ରାସ୍ତାକୁ ଖୋଲିବା ପାଇଁ ହିନ୍ଦୁ ସେନା ସହିତ ଆଖପାଖ କୋତୋଟି ଗାଁର ଲୋକେ ଏକାଠି ହୋଇଥିଲେ। ଏହି ସମୟରେ ଉପୁଜିଥିବା ବିବାଦକୁ ଦେଖି ପୋଲିସ ୫୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଅଟକ ରଖିଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ନାଗରିକତ୍ୱ ଶଂସୋଧନ ଆଇନ(ସିଏଏ)କୁ ନେଇ କିଛିଦିନ ହେବ ଶାହିନବାଗରେ ବିରୋଧ ପ୍ରଦର୍ଶନ ଚାଲିଥିବା ବେଳେ ଏହାଦ୍ୱାରା ସାଧାରଣ ଜନତା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏମିତିକି ୧୦ ମିନିଟ୍‌ର ରାସ୍ତା ପାର ହେବା ପାଇଁ ଲୋକଙ୍କୁ ଘଣ୍ଟା ଘଣ୍ଟା ସମୟ ଲାଗୁଛି ବୋଲି ଅଭିଯୋଗ ହୋଇଛି।

Share