Categories: ଜାତୀୟ

ଶାହିନବାଗ୍‌ ବିକ୍ଷୋଭକାରୀଙ୍କୁ ରୋକିଲା ପୋଲିସ

ନୂଆଦିଲ୍ଲୀ,୧୭ା୨ (ପି.ଟି.): ଦିଲ୍ଲୀର ଶାହିନବାଗ୍‌ରେ ସିଏଏ ବିରୋଧୀ ବିକ୍ଷୋଭ ବନ୍ଦହେବାର ନାଁ ନେଉନାହିଁ। ରବିବାର ସହସ୍ରାଧିକ ବିକ୍ଷୋଭକାରୀ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କୁ ଭେଟିବା ଲାଗି ତାଙ୍କ ବାସଭବନ ଆଡ଼କୁ ଆସୁଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇଛି। ଅନେକ ମହିଳାଙ୍କ ସହ ଏହି ବିକ୍ଷୋଭକାରୀମାନେ ଅପରାହ୍ନ ୨ଟାରେ ଶୋଭାଯାତ୍ରା ଆରମ୍ଭ କରିଥିବାବେଳେ ସିଏଏକୁ ନେଇ ଶାହାଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତୁତ ଥିଲେ। ସିଏଏ, ଏନ୍‌ଆର୍‌ସି ପ୍ରତ୍ୟାହାର ଲାଗି ବିକ୍ଷୋଭକାରୀମାନେ ଶାହାଙ୍କ ସହ ଆଲୋଚନା କରିବାକୁ ଜିଦ୍‌ ଧରିଥିଲେ। ହେଲେ ଏନେଇ ଅନୁମତି ମିଳି ନ ଥିବାରୁ ପୋଲିସ ସେମାନଙ୍କୁ ଛାଡ଼ି ନ ଥିଲା। ପ୍ରକାଶଥାଉ କି, ଗତ ୨ ମାସ ହେବ ଶାହିନବାଗ୍‌ ବିକ୍ଷୋଭକାରୀଙ୍କ କେନ୍ଦ୍ରସ୍ଥଳୀ ପାଲଟିଛି।

Share