Categories: ଜାତୀୟ

ଶାହିନବାଗ ଆନ୍ଦୋଳନ: ପୋଲିସକୁ ଧନ୍ୟବାଦ ଦେଲେ ଜନତା

ନୂଆଦିଲ୍ଲୀ,୨୪।୩: ଦୀର୍ଘ ପ୍ରାୟ ୧୦୦ ଦିନର ଆନ୍ଦୋଳନ ପରେ ମଙ୍ଗଳବାର ଖାଲି ହୋଇଛି ଶାହିନବାଗ। ଏହାକୁ ଦେଖି ଦକ୍ଷିଣ ଦିଲ୍ଲୀର ଡିସିପି ଆର୍‌ପି ମିନା ଓ ତାଙ୍କ ସହଯୋଗୀଙ୍କୁ ସାଧାରଣ ଜନତା ଧନ୍ୟବାଦ ଜଣାଇବା ସହ ଫୁଲ ଦେଇ ଶୁଭେଚ୍ଛା ଜଣାଇଛନ୍ତି। ସୂଚନାଯୋଗ୍ୟ, ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ଶାହିନବାଗରେ ଚାଲିଥିବା ଆନ୍ଦୋଳନ କରୋନା ଭାଇରସ କାରଣରୁ ମଙ୍ଗଳବାର ଶେଷ ହୋଇଛି। ସେଠାରୁ ପୋଲିସ ଆନ୍ଦୋଳନକାରୀଙ୍କୁ ହଟାଇବା ସହ ସମ୍ପୂର୍ଣ୍ଣ ସହରକୁ ଲକ୍‌ଡାଉନ୍‌ ଘୋଷଣା କରିଛି।

Share