Categories: ଜାତୀୟ

ଶାହିନ୍‌ ବାଗ୍‌ରେ କରୋନା ଭୟ: ଶୀଘ୍ର ହଟିବ ଧାରଣା !

ନୂଆଦିଲ୍ଲୀ,୭।୩: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ଉତ୍ତର ଦିଲ୍ଲୀର ଶାହିନ୍‌ ବାଗ୍‌ରେ ଧାରଣା ଜାରି ରହିଛି। ସିଏଏ ନେଇ ଦିଲ୍ଲୀରେ ଦଙ୍ଗା ବି ଘଟିଛି। ଏଥିରେ ବହୁ ଲୋକଙ୍କ ମୁଣ୍ଡ ଗଡ଼ିଛି। ମାତ୍ର ସିଏଏ ବିରୋଧୀ ପ୍ରଦର୍ଶନ ଥମି ନ ଥିଲା। ତେବେ ଏବେ କରୋନା ସଂକ୍ରମଣ ଭୟ ଶାହିନ୍‌ ବାଗ୍‌ଠାରେ ଧାରଣା ଦେଉଥିବା ପ୍ରର୍ଦଶନକାରୀଙ୍କୁ ଘାରିଛି। ପ୍ରଶାସନ ଏବଂ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ପରାମର୍ଶ କ୍ରମେ ଧାରଣା ସ୍ଥଳ ଖୁବ୍‌ ଶୀଘ୍ର ଖାଲି ହେବ ବୋଲି କୁହାଯାଉଛି।

Share