Categories: ଜାତୀୟ

ଶାହିନ୍‌ ବାଗ୍‌ ପ୍ରଦର୍ଶନ ପଛରେ ୨ ଯାଆଁଳା ଭାଇ କେଜ୍‌ରିଓ୍ବାଲ-ରାହୁଲ: ଭାଜପା

ନୂଆଦିଲ୍ଲୀ,୨୩।୧: ଦିଲ୍ଲୀର ଶାହିନ୍‌ ବାଗ୍‌ଠାରେ ଦୀର୍ଘ ଦିନ ହେଲା ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ବିରୋଧରେ ପ୍ରଦର୍ଶନ ଜାରି ରହିଛି। ଏନେଇ ଭାଜପା ପକ୍ଷରୁ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ଏବଂ କଂଗ୍ରେସକୁ କଡ଼ା ସମାଲୋଚନା କରାଯାଇଛି। ଏହି ପ୍ରଦର୍ଶନ ପଛରେ ୨ ଯାଆଁଳା ଭାଇ ଅରବିନ୍ଦ କେଜ୍‌ରିଓ୍ବାଲ ଏବଂ ରାହୁଲ ଗାନ୍ଧୀଙ୍କ ହାତ ରହିଥିବା ଭାଜପା ପକ୍ଷରୁ ପ୍ରବକ୍ତା ସମ୍ବିତ ପାତ୍ର ଗୁରୁବାର କହିଛନ୍ତି। ଏହି ୨ ଭାଇ କୁମ୍ଭ ମେଳାରେ ଅଲଗା ହୋଇଯାଇଥିବା କହି ସେ କଟାକ୍ଷ କରିଛନ୍ତି। ଲୋକଙ୍କ ମଧ୍ୟରେ ଭୁଲ୍‌ ଧାରଣା ସୃଷ୍ଟି କରି ଏଏପି ଏବଂ କଂଗ୍ରେସ ପକ୍ଷରୁ ଏଭଳି କରାଯାଉଛି। ସମ୍ବିତଙ୍କ ଏପରି ମନ୍ତବ୍ୟ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।

Share