Categories: ଜାତୀୟ

ଶାହିନ ବାଗ୍‌ରେ ପ୍ରଦର୍ଶନ ଶାନ୍ତିପୂର୍ଣ୍ଣ: ପୋଲିସ ଅଯଥା ବନ୍ଦ କରିଛି ରାସ୍ତା; ସୁପ୍ରିମ୍‌କୋର୍ଟରେ ସତ୍ୟପାଠ ଦାଖଲ

ନୂଆଦିଲ୍ଲୀ,୨୩।୨: ଶାହିନ ବାଗ୍‌ରେ ୨ ମାସରୁ ଅଧିକ ଦିନ ଧରି ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ପ୍ରଦର୍ଶନ ଜାରି ରହିଛି। ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ପ୍ରଦର୍ଶନକାରୀଙ୍କ ସହିତ କଥାବାର୍ତ୍ତା ହେବା ସହିତ ସମାଧାନର ପଥ ବାହାର କରିବା ପାଇଁ ନିଯୁକ୍ତ କରାଯାଇଥିବା ଓ୍ବଜାହତ୍‌ ହବିବୁଲ୍ଲା ରାସ୍ତା ବନ୍ଦ ନେଇ ଏକ ସତ୍ୟପାଠ ଦାଖଲ କରିଛନ୍ତି। ଏଥିରେ ଦର୍ଶାଯାଇଛି ଯେ,ଶାହିନ ବାଗ୍‌ରେ ପ୍ରଦର୍ଶନ ଶାନ୍ତିପୂର୍ଣ୍ଣ ରହିଛି। ତେବେ ପୋଲିସ ପକ୍ଷରୁ ଅଯଥା ରାସ୍ତା ବନ୍ଦ କରାଯାଇଛି। ପୋଲିସ ଏହି ଅଞ୍ଚଳର ୫ଟି ସ୍ଥାନରେ ରାସ୍ତା ଅବରୋଧ କରିଥିବା ସତ୍ୟପାଠରେ ଉଲ୍ଲେଖ ହୋଇଛି। କେବଳ ସ୍କୁଲ ବସ୍‌ ଓ ଆମ୍ବୁଲାନ୍ସ୍‌କୁ ଯାଞ୍ଚ୍‌ ପରେ ଯିବାକୁ ଅନୁମତି ଦିଆଯାଉଥିବା ଏଥିରେ ଦର୍ଶାଯାଇଛି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁସାରେ ବହିବୁଲ୍ଲା ଶାହିନ ବାଗ୍‌ରେ ଲୋକଙ୍କ ସହିତ କଥାହୋଇ ସତ୍ୟପାଠ ସଂଗ୍ରହ କରିଛନ୍ତି। ସୂଚନାଯୋଗ୍ୟ, ହବିବୁଲ୍ଲା ଜଣେ ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର। ସେ ମୁଖ୍ୟ ସୂଚନା ଆୟୁକ୍ତ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ସେ ରାଷ୍ଟ୍ରୀୟ ଅଳ୍ପସଂଖ୍ୟକ ଆୟୋଗର ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।

Share