Categories: ଜାତୀୟ

ଶାହିନ ବାଗ୍‌ ପ୍ରଦର୍ଶନର ଆଇଏସ୍‌ଆଇ ଲିଙ୍କ୍‌: ସନ୍ଦିଗ୍ଧ ଦମ୍ପତି ଅଟକ

ନୂଆଦିଲ୍ଲୀ,୮।୩: ଦିଲ୍ଲୀର ଶାହିନବାଗ୍‌ଠାରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ବିରୋଧ ପ୍ରଦର୍ଶନ ଜାରି ରହିଛି। ତେବେ ଏହାପଛରେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇର ହାତ ଥିବା କୁହାଯାଉଛି। ଏନେଇ ଦିଲ୍ଲୀ ପୋଲିସ ପକ୍ଷରୁ ଓଖଲାଠାରୁ ସନ୍ଦିଗ୍ଧ ଦମ୍ପତିଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। କଶ୍ମୀରର ବାସିନ୍ଦା ହୋଇଥିବା ଏହି ଦମ୍ପତିଙ୍କ ଗତିବିଧି ସନ୍ଦେହ ଜନକ ଥିଲା। ଦମ୍ପତିଙ୍କ ନାମ ଜାହନଜେବ୍‌ ସାମି ଏବଂ ହିନା ବଶିର ବେଗ୍‌ ବୋଲି ପୋଲିସ କହିଛି। ସେମାନେ ଦିଲ୍ଲୀରେ ଆତ୍ମଘାତୀ ଆକ୍ରମଣ ଯୋଜନା କରୁଥିବା ପଚରାଉଚରା ସମୟରେ ଜଣାପଡ଼ିଛି। ସନ୍ଦିଗ୍ଧଙ୍କଠାରୁ କିଛି ଅଧିକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିବାର ଆଶା ରହିଥିବା ଦିଲ୍ଲୀ ପୋଲିସ ଡେପୁଟି କମିଶନର ପ୍ରମୋଦ ସିଂ ଖୁସଓ୍ବାହା ସୂଚନା ଦେଇଛନ୍ତି।

Share