Categories: ଜାତୀୟ

ଶାହୀନ ବାଗରେ ୧୪୪ ଧାରା ଜାରି

ନୂଆଦିଲ୍ଲୀ,୧।୩: ରାଜଧାନୀ ଦିଲ୍ଲୀର ଶାହୀନ ବାଗରେ ବେଶ୍‌ କିଛିଦିନ ହେବ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ବିରୋଧ ପ୍ରଦର୍ଶନ ଜାରି ରହିଛି। ପାଖାପାଖି ଅଢେଇ ମାସ ହେବ ଶାହୀନ ବାଗଠାରେ ଯାତାୟାତ ପାଇଁ ରାସ୍ତା ବନ୍ଦ ରହିଛି। ହିନ୍ଦୁ ସେନା ପକ୍ଷରୁ ରବିବାର ଶାହୀନ ବାଗଠାରେ ଚାଲିଥିବା ପ୍ରଦର୍ଶନ ଶେଷ ହେବ ବୋଲି ଘୋଷଣା କରାଯିବା ପରେ ରବିବାର ସକାଳୁ ସେଠାରେ ବହୁ ପରିମାଣରେ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି। ଏହାସହ ପୋଲିସ ବିରୋଧ ପ୍ରଦର୍ଶନକାରୀଙ୍କୁ ଧାରଣାସ୍ଥଳରୁ ଉଠିଯିବାକୁ ଅନୁରୋଧ କରିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ସେଠାରେ ୧୪୪ ଧାରା ଜାରି କରାଯାଇଥିବା ଜଣାପଡିଛି। ସୂଚନାଯୋଗ୍ୟ, ହିନ୍ଦୁ ସେନା ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଥିଲା କି ମାର୍ଚ୍ଚ ୧ ରବିବାର ଦିନ ଶାହୀନ ବାଗରୁ ପ୍ରଦର୍ଶନକାରୀଙ୍କୁ ହଟାଇ ଦିଆଯିବ। ତେଣୁ ଏହାକୁ ଦେଖି ରବିବାର ସକାଳୁ ଶାହୀନ ବାଗରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ସୂଚନା ମିଳିଛି।

Share