Categories: ଜାତୀୟ

ଶାହୀନ ବାଗ ଆସିବାକୁ ଭିନ୍ନ ଢଙ୍ଗରେ ମୋଦିଙ୍କୁ ନିମନ୍ତ୍ରଣ କଲେ ପ୍ରଦର୍ଶନକାରୀ

ନୂଆଦିଲ୍ଲୀ,୧୪।୨: ରାଜଧାନୀର ଶାହୀନ ବାଗରେ ଗତ ପ୍ରାୟ ୨ ମାସେ ହେବ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ବିରୋଧ ପ୍ରଦର୍ଶନ ଚାଲିଛି। ଏହି ବିରୋଧ ପ୍ରଦର୍ଶନକୁ ନେଇ ଦିଲ୍ଲୀ ବିଧାନସଭା ନିର୍ବାଚନରେ ମଧ୍ୟ ରାଜନୀତି କରାଯାଇଥିଲା। ହେଲେ ଶୁକ୍ରବାର ସେଠାରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି। ଶୁକ୍ରବାର ଭାଲେଣ୍ଟାଇନ୍ସ ଡେ’ ବା ପ୍ରେମ ଦିବସ ଥିବାରୁ ଏଠାରେ ପ୍ରଦର୍ଶନକାରୀମାନେ ହାର୍ଟ ସେପର କଟଆଉଟ୍‌ ଧରି ଏଥିରେ ମୋଦିଙ୍କୁ ଶାହୀନ ବାଗ ଆସିବାକୁ ଅନୁରୋଦ କରିଥିଲେ। ଉକ୍ତ ପିଙ୍କ କଲର କଟ୍‌ଆଉଟରେ, ‘ମୋଦି ଜି ପ୍ଲିଜ୍‌ କମ୍‌ ଟୁ ଶାହୀନ ବାଗ୍‌’ ବୋଲି ଲେଖାଯାଇଥିଲା। ସୂଚନାଯୋଗ୍ୟ, ସିଏଏକୁ ବିରୋଧ କରି ଗତବର୍ଷ ଡିସେମ୍ବର ୧୫ରେ ଶାହୀନ ବାଗରେ ବିରୋଧ ପ୍ରଦର୍ଶନ ଆରମ୍ଭ କରାଯାଇଥିଲା।

Share