ନୂଆଦିଲ୍ଲୀ,୨୧ା୮(ପି.ଟି.): ପୂର୍ବତନ ଆଇଏଏସ୍ ଅଧିକାରୀ ଶାହ ଫୈଜଲଙ୍କୁ ଗତ ୧୪ ତାରିଖ ବିଳମ୍ବିତ ରାତିରେ ଦିଲ୍ଲୀ ବିମାନବନ୍ଦରରେ ଅଟକ ରଖି ଶ୍ରୀନଗର ପଠାଇଦିଆଯାଇଥିଲା। ଏହି ଘଟଣାକୁ ନେଇ ଫୈଜଲ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଜଷ୍ଟିସ୍ ମନମୋହନଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏନେଇ କେନ୍ଦ୍ର ସରକାରଙ୍କୁ ଜବାବ ତଲବ କରିଛନ୍ତି। ଫୈଜଲଙ୍କ ଗିରଫଦାରିକୁ ବେଆଇନ ଦର୍ଶାଇ ତାଙ୍କର ଜଣେ ବନ୍ଧୁ ହାଇକୋର୍ଟରେ ପିଟିଶନ ଦାଏର କରିଛନ୍ତି। ଏହାସହ ତାଙ୍କୁ ମୁକ୍ତକରିବା ପାଇଁ ମଧ୍ୟ ସେ ଦାବି କରିଛନ୍ତି। ସେପ୍ଟେମ୍ବର ୯ରେ ଉକ୍ତ ଆବେଦନର ଶୁଣାଣି କରାଯିବ।