ଶିକାରୀ ଗିରଫ, ଦେଶୀ ବନ୍ଧୁକ ଜବତ

ଛେଣ୍ଡିପଦା,୪।୬(ସ୍ବ.ପ୍ର)-ଅନୁଗୋଳ ବନଖଣ୍ଡ ଛେଣ୍ଡିପଦା ବନାଞ୍ଚଳର ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲରୁ ମଙ୍ଗଳବାର ବନବିଭାଗ ଜଣେ ଶିକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ପାତ୍ରପଡା ଗ୍ରାମର ହାଡିବନ୍ଧୁ ମୁଖି। ଏଥିସହ ତାଙ୍କ ନିକଟରୁ ଏକ ବନ୍ଧୁକ ଜବତ କରାଯାଇଛି।

ବନବିଭାଗ କହିଛି, ପାତ୍ରପଡାର ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲରେ ବନବିଭାଗ ପକ୍ଷରୁ ପେଟ୍ରୋଲିଂ ଚାଲିଥିଲା। ସେହିସମୟରେ ହାଡିବନ୍ଧୁ ବନ୍ଧୁକ ଧରି ଶିକାର ପାଇଁ ଯାଉଥିବାବେଳେ ବନବିଭାଗର କର୍ମଚାରୀମାନେ ଚଢାଉ କରି ମାଦେଳିଆ ନାଳ ନିକଟରୁ ତାଙ୍କୁ ଗିରଫ କରିଥିଲେ। ଏହି ଚଢାଉରେ ଛେଣ୍ଡିପଦା ଫରେଷ୍ଟର କଳାକର ପ୍ରଧାନ, ଫରେଷ୍ଟ ଗାର୍‌ ଦୀପକ ମହାନ୍ତିଙ୍କ ସମେତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।