ଶିକାର କରିବାକୁ ଯାଇ ଜଣେ ଶିକାରୀ ମୃତ

ଦାରିଙ୍ଗବାଡ଼ି,୨।୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଶିକାର କରିବାକୁ ଯାଇଥିବା ଯୁବକଙ୍କ ଗୁଳିବିଦ୍ଧ ମୃତଦେହକୁ ଦାରିଙ୍ଗବାଡ଼ି ପୋଲିସ ସୋମବାର ଜବତ କରିଛି। ମୃତ ଯୁବକ ବି.ଡକେବାଡ଼ି ଗ୍ରାମର କ୍ରୀଷ୍ଣା ନାୟକ (୨୮) ବୋଲି ଆଇଆଇସି କୌଶିକ ମାଝି କହିଛନ୍ତିି ା ଘଟଣାରେ ଏକାଧିକ ଲୋକଙ୍କୁ ପୋଲିସ ଥାନାକୁ ଆଣି ପଚରାଉଚରା ଚଳାଇଛି। ଏବେ ସୁଦ୍ଧା ମୃତ ଘଟଣାର କାରଣ ସ୍ପଷ୍ଟ ହୋଇ ନ ଥିବା ଏବଂ ତଦନ୍ତ ଚାଲିଥିବା ଆଇଆଇସି କହିଛନ୍ତି।
ସୂଚନାଯୋଗ୍ୟ, ଶନିବାର ଉକ୍ତ ଗ୍ରାମର ୪-୫ ଜଣ ଶିକାରୀ ଜଙ୍ଗଲକୁ ବନ୍ଧୁକ ସହ ବିଭିନ୍ନ ମାରଣାସ୍ତ୍ର ଧରି ଯାଇଥିଲେ। ରବିବାର ଅପରାହ୍ନରେ ଏମାନଙ୍କ ମଧ୍ୟରୁ କ୍ରୀଷ୍ଣାଙ୍କ ମୃତଦେହ ନେଇ ସହଯୋଗୀ ଶିକାରୀମାନେ ଆଣି ଗାଁରେ ପହଞ୍ଚିଥିଲେ। ଏନେଇ ସୋମବାର ସକାଳୁ ଦାରିଙ୍ଗବାଡ଼ି ଥାନାରେ ପରିବାର ଲୋକେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିବା ଜଣାପଡ଼ିଛି। ଖବର ଲେଖାହେବା ପର୍ଯ୍ୟନ୍ତ ଘଟଣାକୁ ନେଇ ସ୍ଥାନୀୟ ପୋଲିସ କୌଣସି ସ୍ପଷ୍ଟ କରିନାହିଁ।

Share