ଶିକୁଳିବନ୍ଧା ଜୀବନ କାଟୁଛନ୍ତି ୨ ମହିଳା

କୁନ୍ଦୁରା,୧୯।୧୧(ଡି.ଏନ୍‌.ଏ.)କୁନ୍ଦୁରା ବ୍ଲକ ଚେଣ୍ଡିଆ ଝିଲିଗାଁର ପଦ୍ମା ପରଜା (୨୬) ଓ ବଡ଼ ଝିଲିଗଁାର ରାଧା ପରଜା (୨୮)। ଏହି ୨ ମହିଳା ମାନସିକ ଭାବେ ଅସୁସ୍ଥ ଥାଇ ଗତ ୩/୪ ବର୍ଷ ହେବ ଶିକୁଳିବନ୍ଧା ଜୀବନ କାଟୁଛନ୍ତି। ପଦ୍ମା ୪ ବର୍ଷ ତଳୁ ମାନସିକ ଅସୁସ୍ଥ ଥାଇ କୁନ୍ଦୁରାର ସାରଗଗୁଡ଼ା ଅଞ୍ଚଳରେ ଏଣେତେଣେ ବୁଲୁଥିଲେ। ଯେତିକି ସମ୍ବଳ ଥିଲା, ସେଥିରେ ଆଖପାଖ ଡାକ୍ତରଖାନାରେ ଚିକିତ୍ସା କଲୁ। କିନ୍ତୁ ଆଉ ପାରିଲୁନି। କେତେବେଳେ କେଉଁ ଅସାମାଜିକ ହାବୁଡ଼ରେ ପଡ଼ିଯିବ, ସେଇ ଆଶଙ୍କାରେ ବାଧ୍ୟହୋଇ ଝିଅକୁ ଶିକୁଳିରେ ବାନ୍ଧି ରଖିଛୁ ବୋଲି କହିଛନ୍ତି ପଦ୍ମାଙ୍କ ମା’ ବୈଦି ପରଜା ଓ ଦାଦା ଭକତ ରାମ ପରଜା। ସେହିଭଳି ବଡ଼ଝିଲିଗାଁର ରାଧା ମଧ୍ୟ ମାନସିକ ଅସୁସ୍ଥ ହୋଇ ପରିବାର ଉପରେ ନିର୍ଭରଶୀଳ ରହିଛନ୍ତି। ୨୦୧୫ରେ ମା’ ବାପା ତାଙ୍କର ବିବାହ ବାଣୁଆଗୁଡ଼ା ପଞ୍ଚାୟତ ମୁଣ୍ଡାରିଗୁଡ଼ା ଗ୍ରାମର କୃଷ୍ଣ ପରଜାଙ୍କ ସହ କରାଇଥିଲେ ା ୨ ବର୍ଷ ସଂସାର କଲାପରେ ହଠାତ୍‌ ସେ ଘରେ ନ ରହି ବୁଲିବା ଓ ମନକୁ ମନ କହି ହସିବାକୁ ଲାଗିଲେ। ସ୍ବାମୀ ଶ୍ୱଶୁର ଯେତିକି ଚିକିତ୍ସା କରିବା କଥା କଲେ, କିନ୍ତୁ ପରେ ରାଧାଙ୍କୁ ତାଙ୍କ ବାପା ଗୋରା ପରଜାଙ୍କ ପାଖରେ ଛାଡ଼ିଦେଇ ଗଲେ। ଗୋରା ଅଳଙ୍କାର ବିକି ଝିଅର ଯଥାସମ୍ଭବ ଚିକିତ୍ସା କଲେ। କିନ୍ତୁ କିଛି ଫଳ ନ ହେବାରୁ ଝିଅକୁ ଶିକୁଳିରେ ବାନ୍ଧି ରଖିଛନ୍ତି। ରାଧାଙ୍କ ବାପା, ମା’, ଦାଦା ସମସ୍ତେ ଅତି ଗରିବ, କୁଲି ମଜୁରି କରି ଚଳନ୍ତି ା ତେଣୁ ଅଧିକ ଚିକିତ୍ସା ଦେଇାରୁ ନାହାନ୍ତି। ଏନେଇ କୁନ୍ଦୁରା ଭାରପ୍ରାପ୍ତ ବିଡିଓ ମାଧୁରୀ ଆଚାରୀଙ୍କୁ ପଚାରିବାରୁ ସେ କହିଥିଲେ, ଏଯାବତ୍‌ ଏହି ଘଟଣା ଆମ ନଜରକୁ ଆସି ନ ଥିଲା ା ସରକାରଙ୍କ ନିୟମାନୁସାରେ ଯାହା ସହାୟତା ଦେଇହେବ ସେ ଦେବେ।

Share