Advertisement

ଶିକ୍ଷକଙ୍କୁ କମଲ ନାଥଙ୍କ ଦୀପାବଳି ଉପହାର

ଭୋପାଳ,୨୭।୧୦: ଦୀପାବଳି ଅବସରରେ ମଧ୍ୟ ପ୍ରଦେଶର କମଲ ନାଥ ସରକାର ଶିକ୍ଷକମାନଙ୍କୁ ଏକ ଭେଟି ଦେଇଛନ୍ତି। ରାଜ୍ୟର ପ୍ରାୟ ୧ଲକ୍ଷ ୭୮ ହଜାର ଶିକ୍ଷକଙ୍କୁ ସପ୍ତମ ବେତନ କମିଶନ ଆଧାରରେ ଦରମା ଦେବାକୁ ସ୍ଥିର କରିଥିବା ସୂଚନା ମିଳିଛି। ଏହା ଚଳିତ ଅକ୍ଟୋବରରୁ ଲାଗୁ କରାଯାଇଥିବା ବେଳେ ନଭେମ୍ବର ମାସଠାରୁ ଏହା ମିଳିବ ବୋଲି ଶିକ୍ଷାମନ୍ତ୍ରୀ ଡା. ପ୍ରଭୁରାମ ଚୌଧୁରୀ ଶନିବାର ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ରାଜ୍ୟରେ ଅଧିକାଂଶ ଶିକ୍ଷକ ଦୀର୍ଘଦିନ ହେବ ସପ୍ତମ ବେତନ କମିଶନ ଲାଗୁ କରିବାକୁ ଦାବି କରି ଆସୁଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share