ଶିକ୍ଷକଙ୍କୁ ନିଲମ୍ବନ ପ୍ରତିବାଦ: ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ

ଦେବଗଡ଼,୧୧।୯(ଡି.ଏନ୍‌.ଏ.): ଜିଲା ତିଲେଇବାଣି ବ୍ଲକ ଅଧୀନ ସାମନ୍ତରା ପାଳି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ଶିକ୍ଷକଙ୍କୁ ବିନା କାରଣରେ ନିଲମ୍ବନ କରାଯାଇଛି। ଏହାକୁ ପ୍ରତିବାଦ କରି ଗ୍ରାମବାସୀ, ଅଭିଭାବକ ଓ ଛାତ୍ରୀଛାତ୍ରମାନେ ସ୍କୁଲରେ ତାଲା ପକାଇ ଦେଇଛନ୍ତି। ଫଳରେ ସ୍କୁଲରେ ପାଠପଢ଼ା ବନ୍ଦ ରହିଛି। ଏହାପରେ ଗ୍ରାମବାସୀ ଗ୍ରାମ ଦେଇ ଯାଇଥିବା ରାସ୍ତାକୁ ମଧ୍ୟ ଅବରୋଧ କରିଥିବା ଜଣାପଡ଼ିଛି।