ଶିକ୍ଷକଙ୍କ ନିଆରା ପ୍ରୟାସ: ଚିତ୍ରକଳାରେ ଦେଲେ କରୋନା ସଚେତନତା ବାର୍ତ୍ତା

ବରଗଡ଼ ଅଫିସ୍‌,୧୧।୪: କରୋନା(କୋଭିଡ୍‌-୧୯) ଭୂତାଣୁ ସାରା ବିଶ୍ୱରେ କାୟା ବିସ୍ତାର କରି ଚାଲିଛି । ଏହାକୁ ଦମନ କରିବା ପାଇଁ ଠୋସ୍‌ ଔଷଧ ଏପର୍ଯ୍ୟନ୍ତ ବାହାରି ପାରି ନ ଥିବାବେଳେ ସଚେତନତା, ସତର୍କତା ହିଁ ଏକମାତ୍ର ମାଧ୍ୟମ ହୋଇଛି। ଏଥିପାଇଁ ଦେଶବ୍ୟାପୀ ଲକ୍‌ ଡାଉନ୍‌ କଟକଣା ଲାଗୁ ହୋଇଥିବାବେଳେ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯାଉଛି । ତେବେ ରୋକିବା ପାଇଁ ଠେବରଗଡ଼ର ବାପୁଜୀ ସ୍ବତନ୍ତ୍ର ବିଦ୍ୟାଳୟର ଜଣେ ଶିକ୍ଷକ ଦୁଃଖିସେବକ ସାହୁ ଏକ ନିଆରା ଢ଼ଙ୍ଗରେ କରୋନା ସଚେତନତା ସୃଷ୍ଟି ପାଇଁ ନିଜ ପ୍ରୟାସ ଆରମ୍ଭ କରିଛନ୍ତି । ସେ ନିଜର ଚିତ୍ରକଳା ମଧ୍ୟରେ ଲୋକଙ୍କ ମଧ୍ୟରେ ତାଙ୍କ ସଚେତନତା ବାଣ୍ଟିଛନ୍ତି । ଶିକ୍ଷକ ସାହୁଙ୍କ ଏଭଳି ପ୍ରୟାସକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

Share