ଶିକ୍ଷକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୩୭ ହଜାର ଲୁଟ୍‌

ବଲାଙ୍ଗୀର ଅଫିସ, ୧୭ା୫: ଅଭିନବ ଉପାୟରେ ଜଣେ ଶିକ୍ଷକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୩୭ ହଜାର ଟଙ୍କା ଲୁଟ୍‌ କରାଯାଇଥିତ୍ତ୍ବା ଅଭିଯୋଗ ହୋଇଛି ା ଶିକ୍ଷକ ଜଣକ ଏ ନେଇ ବଲାଙ୍ଗୀର ଟାଉନ୍‌ ଥାନାରେ ଅଭିଯୋଗ କରିଛନ୍ତି ା ବଲାଙ୍ଗୀର ଜିଲା ତୁଷରା ଥାନା ଅନ୍ତର୍ଗତ ଭୁତିଆରବାହାଲ ଗ୍ରାମର ମହୌଷଧି ପୁଟେଲ ସରସ୍ବତୀ ଶିଶୁ ମନ୍ଦିରରେ ଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି ା ବଲାଙ୍ଗୀର ଏସପି ଅଫିସ ସମ୍ମୁଖରେ ଥିତ୍ବା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ମୁଖ୍ୟ ଶାଖାରେ ତାଙ୍କର ବ୍ୟାଙ୍କ ଆକାଉଣ୍ଟ ରହିଛି ା ଏହି ବ୍ୟାଙ୍କ ଆକାଉଣ୍ଟରୁ ୩୭ ହଜାର ଟଙ୍କା ଅନ୍ୟ ଜଣେ ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଥିତ୍ବା ଗତ ମେ ୪ ତାରିଖ ଦିନ ଜାଣିବାକୁ ପାଇଥିଲେ ା ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ପ୍ରଥମେ ୧୭ ହଜାର ଓ ପରେ ୨୦ ହଜାର ସମୁଦାୟ ୩୭ ହଜାର ଟଙ୍କା ଟ୍ରାନ୍ସଫର ହୋଇଥିତ୍ବା ନେଇ ତାଙ୍କ ମୋବାଇଲ ଫୋନ୍‌କୁ ମ୍ୟାସେଜ୍‌ ଆସିଥିଲା ା ଏଭଳି ମ୍ୟାସେଜ ଆସିବା ପରେ ମହୌଷଧି ଚିନ୍ତିତ ହୋଇପଡି ଦେଓଗଁା ଏଟିଏମ୍‌କୁ ଯାଇ ତାଙ୍କର ବାଲାନ୍ସ ଚେକ୍‌ କରିଥିଲେ ା ତେବେ ବ୍ୟାଲେନ୍ସ ଚେକ୍‌ କଲାପରେ ତାଙ୍କ ଆକାଉଣ୍ଟରୁ ୩୭ ହଜାର ଟଙ୍କା ଟ୍ରାନ୍ସଫର ହୋଇଥିତ୍ବା ଜାଣିବାକୁ ପାଇଥିଲେ ା ଏହାପରେ ବଲାଙ୍ଗୀର ଏସବିଆଇ ମୁଖ୍ୟ ଶାଖାକୁ ଆସି ଏ ନେଇ ଜଣାଇଥିଲେ ା ଏହାପରେ ୭ ତାରିଖ ଦିନ ବଲାଙ୍ଗୀର ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରିଥିଲେ ା ତାଙ୍କ ବ୍ୟାଙ୍କ ପାଶ୍‌ବୁକ୍‌ ଅଫ୍‌ଡେଟ୍‌ କରାଯିବା ପରେ ଗତ ୪ ତାରିଖ ଅପରାହ୍ଣ ସାଢ଼େ ୩ଟାରେ ସାମିରେଡ୍ଡି କ୍ରିଷ୍ଣା ନାମକ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ୩୭ ହଜାର ଟଙ୍କା ଟ୍ରାନ୍ସଫର ହୋଇଥିତ୍ବା ଜଣାପଡିଥିଲା ା ସାମିକ୍ରିଷ୍ଣାଙ୍କ ଯେଉଁ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୋଇଛି ତାହା ଝାରଖଣ୍ଡର ଡୁମ୍‌କା ବ୍ରାଞ୍ଚ ବୋଲି ଉଲ୍ଳେଖ ରହିଛି ା ଗତ ୭ ତାରିଖରୁ ଅଭିଯୋଗ କରିଥିଲେ ମଧ୍ୟ ଏନେଇ କୌଣସି ପଦକ୍ଷେପ ନିଆଯିବାରୁ ଅଭିଯୋଗକାରୀ ଶୁକ୍ରବାର ଏସପି ଅଫିସକୁ ଆସି ପୁଣି ଥରେ ଅଭିଯୋଗ କରିଥିଲେ। ଏଦିଗରେ ତଦନ୍ତକୁ ତ୍ୱରାନ୍ବିତ କରି କିଭଳି ୩୭ ହଜାର ଟଙ୍କା ଫେରିପାଇବେ ସେନେଇ କାର୍ଯ୍ୟାନୂଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଛନ୍ତି ା

Share