ଶିକ୍ଷକମାନଙ୍କ ବିଭିନ୍ନ ସମସ୍ୟା ନେଇ ଜିଲା ଶିକ୍ଷା ଅଧିକାରୀଙ୍କୁ ଦାବିପତ୍ର

ଭବାନୀପାଟଣା,୨୧।୬(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ପ୍ରାଥମିକ ଶିକ୍ଷକ ସଂଘ, ୫-ଖାରାବେଳ ନଗର ଭୁବନେଶ୍ୱର, କଳାହାଣ୍ଡି ଶାଖା ପକ୍ଷରୁ ଶୁକ୍ରବାର ଜିଲା ଶିକ୍ଷକଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଜିଲା ଶିକ୍ଷା ଅଧିକାରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସଂଘର ସଭାପତି ଜନାର୍ଦ୍ଧନ ମାଝି ଓ ସାଧାରଣ ସମ୍ପାଦକ ସୁଧୀର କୁମାର ରଥଙ୍କ ନେତୃତ୍ୱରେ ଏକ ଶିକ୍ଷକ ମଣ୍ଡଳୀ ଜିଲା ଶିକ୍ଷା ଅଧିକାରୀଙ୍କୁ ସାକ୍ଷାତ୍‌ କରି ଶିକ୍ଷକଙ୍କ ବିଭିନ୍ନ ସମସ୍ୟା ଯଥା ଥୁଆମୂଳ ରାମପୁର ଓ ଲାଞ୍ଜିଗଡ ବ୍ଲକ ଅଞ୍ଚଳର ହଷ୍ଟେଲ, ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଦାୟିତ୍ୱ ଶିକ୍ଷୟିତ୍ରୀଙ୍କୁ ଦେବା, ସିଆରସିସି ନିଯୁକ୍ତି ଓ ତାଙ୍କର ଜବ୍‌ ଚାର୍ଟ ପାଳନ, ପ୍ରାଥମିକ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ବଦଳି କମ୍‌ ପରିମାଣରେ କରିବା, ଅବସରପ୍ରାପ୍ତ ଶିକ୍ଷକମାନଙ୍କୁ ତାଙ୍କର ପ୍ରାପ୍ୟ ପ୍ରଦାନ ଆଦି ୫ ଦଫା ଦାବିପତ୍ର ପ୍ରଦାନ କରାଯାଇଛି। ଏଥିରେ ପୂର୍ବତନ ସଭାପତି ଚକ୍ରଧର ମିଶ୍ର, ଗଙ୍ଗାଧର ପ୍ରଧାନ, ସୁବାସ ପଣ୍ଡା, ଅଶୋକ ବାବୁ ପ୍ରମୁଖ ଉପସ୍ଥିିତ ଥିଲେ।