Categories: ଜାତୀୟ

ଶିକ୍ଷକ ଚୟନ ଦୁର୍ନୀତି ମାମଲା: ଅଭିଷେକ ବାର୍ନାଜୀଙ୍କୁ ସିବିଆଇ ପକ୍ଷରୁ ସମନ ଜାରି

କୋଲକାତା, ୧୭।୪: ପଶ୍ଚିମବଙ୍ଗରେ ଶିକ୍ଷକ ଚୟନ ଦୁର୍ନୀତି ମାମଲାରେ ତୃଣମୂଳ କଂଗେସର ଏମ୍‌ପି ଏବଂ ଦଳର ସଭାପତି ଅଭିଷେକ ବାର୍ନାଜୀଙ୍କୁ ସିବିଆଇ ସମନ ଜାରି କରିଛି। ସମନରେ ତାଙ୍କୁ ମଙ୍ଗଳବାର କୋଲକାତାର ନିଜାମ ପ୍ୟାଲେସରେ ହାଜିର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପ୍ରିଲ୍‌ ୧୩ରେ କୋଲକାତା ହାଇକୋର୍ଟ ରାୟ ଦେଇ ଶୁଣାଇଥିଲେ ଶିକ୍ଷକ ଚୟନ ଦୁର୍ନୀତିର ଯାଞ୍ଚ କରୁଥିବା ସିବିଆଇ ଏବଂ ଇଡି କର୍ମଚାରୀଙ୍କ ଉପରେ ପୋଲିସ କୌଣସି କାର୍ଯ୍ୟନୁଷ୍ଠାନ ନେଇପାରିବ ନାହିଁ। ଏହି ରାୟକୁ ସୋମବାର ସୁପ୍ରିମକୋର୍ଟ ସଂରକ୍ଷିତ ରଖିଛନ୍ତି। ଟିଏମସି ନେତାଙ୍କ ପକ୍ଷରୁ ଓକିଲ ରହିଥିବା ଏ ଏମ୍‌ ସେଂଭବୀ ଏହି ମାମଲାରେ କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରାଯାଇଥିବା ଯାଚିକା ଉପରେ ତୁରନ୍ତ ଶୁଣାଣି କରିବା ପାଇଁ ଅନୁରୋଧ କରିଛନ୍ତି। କୋର୍ଟଙ୍କ କହିବାନୁଯାୟୀ ସିବିଆଇ ଏବଂ ଇଡି ବାନାର୍ଜୀଙ୍କୁ ପଚରାଉଚାରା କରିପାରିବେ। ଏହି ମାମଲାର ଆଗାମୀ ଶୁଣାଣି ଏପ୍ରିଲ ୨୪ରେ କରାଯିବ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Share