ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ, ଛାତ୍ରୀଛାତ୍ର

ଘଣ୍ଟାପଡ଼ା,୨୨।୧୦(ଡି.ଏନ୍‌.ଏ.): ବୌଦ୍ଧ ଜିଲା ଘଣ୍ଟାପଡ଼ା ସମଲେଶ୍ୱରୀ ହାଇସ୍କୁଲରେ ବିଜ୍ଞାନ, ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ନିଯୁକ୍ତି ଦାବିରେ ମଙ୍ଗଳବାର ଅଭିଭାବକ ଏବଂ ଛାତ୍ରୀଛାତ୍ର ବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇଛନ୍ତି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଅନର୍ଦ୍ଦିଷ୍ଟ କାଳ ଏହା ତାଲା ପଡ଼ିବା ନେଇ ସେମାନେ ନିଷ୍ପତ୍ତି ନେଇଥିବା କହିଛନ୍ତି।