ଶିକ୍ଷକ ବଦଳି ବାତିଲ ଦାବିରେ ଛାତ୍ର ଅଶାନ୍ତି

ଭଦ୍ରକ ଅଫିସ,୭।୧୨: ଭଦ୍ରକ ଜିଲା ସ୍କୁଲରେ ବଦଳି ଶିକ୍ଷକଙ୍କ ବାତିଲ ଦାବିରେ ଛାତ୍ର ଅଶାନ୍ତି ଦେଖାଦେଇଛି। ଏ ନେଇ ଶନିବାର ସ୍କୁଲ ଫାଟକରେ ଛାତ୍ରୀଛାତ୍ର ତାଲା ପକାଇ ଆନ୍ଦୋଳନ କରିଥିଲେ। ସ୍କୁଲ ପ୍ରଧାନ ଶିକ୍ଷକ ଆନ୍ଦୋଳନରତ ଛାତ୍ରୀଛାତ୍ରଙ୍କ ସହ ଆଲୋଚନା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି।