ଶିକ୍ଷକ ବିଳମ୍ବରେ ପହଞ୍ଚିବାରୁ ପ୍ରତିବାଦ: ବିଦ୍ୟାଳୟ ଫାଟକରେ ତାଲା ପକାଇଲେ ଗ୍ରାମବାସୀ

ପାଟଣା,୧୪।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଶ୍ୟାମ ସୁନ୍ଦରପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ମୁଖ୍ୟ ଫାଟକରେ ଗୁରୁବାର ସକାଳୁ ଅଭିଭାବକ ଓ ଗ୍ରାମବାସୀ ମିଶି ତାଲା ପକାଇ ଦେଇଛନ୍ତି।
ସୂଚନା ଅନୁଯାୟୀ, ଗୁରୁବାର ଶିଶୁଦିବସ ଥିବାରୁ ଛାତ୍ରୀଛାତ୍ରଙ୍କୁ ସକାଳୁ ଆସିବାକୁ ବିଦ୍ୟାଳୟ ପକ୍ଷରୁ କୁହାଯାଇଥିଲା। ଛାତ୍ରୀଛାତ୍ର ସକାଳୁ ବିଦ୍ୟାଳୟକୁ ଆସିଥିଲେ ହେଁ ବିଦ୍ୟାଳୟରେ ଶିକ୍ଷକଙ୍କର ଦେଖାଦର୍ଶନ ନ ଥିଲା। ଫଳରେ ଗ୍ରାମବାସୀ ଏହାକୁ ବିରୋଧ କରି ବିଦ୍ୟାଳୟ ଫାଟକରେ ତାଲା ପକାଇ ଦେଇଛନ୍ତି। ପ୍ରଧାନଶିକ୍ଷକ ଦାଶରଥୀ ମହାନ୍ତ ଓ ସହକାରୀ ଶିକ୍ଷକ କୃପାସିନ୍ଧୁ ମହାନ୍ତ ଆଜି ବିଦ୍ୟାଳୟକୁ ଆସି ନ ଥିବାରୁ ଏଭଳି ପରିସ୍ଥିତି ଉପୁଜିଛି। ସହକାରୀ ଶିକ୍ଷକ କୃପାସିନ୍ଧୁ ମହାନ୍ତ ବିଳମ୍ବରେ ପହଞ୍ଚିଥିଲେ ମଧ୍ୟ ବିଦ୍ୟାଳୟରେ ତାଲା ପଡ଼ିଥିବାରୁ ସେ ବାହାରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି।