Advertisement
Categories: କୋରାପୁଟ

ଶିକ୍ଷାନୀତି ବାତିଲ ଦାବି କଲା ଡିଏସ୍‌ଓ

ଜୟପୁର,୨୫ା୮(ନି.ପ୍ର./ଡି.ଏନ୍‌.ଏ.): ଜୟପୁର ସରୋଜିନୀ ଭବନରେ ଏଆଇଡିଏସ୍‌ଓ ପକ୍ଷରୁ ଜିଲାସ୍ତରୀୟ ଛାତ୍ର ସମାବେଶ ଅନୁଷ୍ଠିତ ହୋଇଛି ା ଜାତୀୟ ଶିକ୍ଷାନୀତି ୨୦୧୯ ବାତିଲ ଦାବିରେ ଏହି ସମାବେଶ ହୋଇଥିଲା। ଡିଏସ୍‌ଓ ଜିଲା ସଂପାଦକ ଭାଗ୍ୟରବି ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାବେଶରେ ମୁଖ୍ୟ ଅତିଥି ଭାବେ ଭିଡି କଲେଜର ଅର୍ଥନୀତି ବିଭାଗ ଏଚ୍‌ଓଡି ପଙ୍କଜ ନାୟକ କେନ୍ଦ୍ର କିମ୍ବା ରାଜ୍ୟ ସରକାର ଶିକ୍ଷାନୀତି ପ୍ରସ୍ତୁତ ବେଳେ ଗ୍ରାମାଞ୍ଚଳରେ କାର୍ଯ୍ୟରତ ଶିକ୍ଷକ ଓ ଶିକ୍ଷାବିତ୍‌ଙ୍କ ମତାମତକୁ ଗ୍ରହଣ କରିବା ଆବଶ୍ୟକ ବୋଲି କହିଥିଲେ। ସେହିପରି ମୁଖ୍ୟବକ୍ତା ଏଆଇଡିଏସ୍‌ଓ ରାଜ୍ୟ ସମ୍ପାଦକ ସୁବାସ ନାୟକ ରାଜ୍ୟରେ ୯୬୬ଟି ବିଦ୍ୟାଳୟକୁ ସରକାର ବନ୍ଦ କରିବା ନିଷ୍ପତ୍ତି ପ୍ରତ୍ୟାହାର କରିବା, ସ୍ଥାୟୀ ଭିତ୍ତିକ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ ନିଯୁକ୍ତି ଏବଂ କେନ୍ଦ୍ର ସରକାରଙ୍କ ୨୦୧୯ରେ ପ୍ରସ୍ତାବିତ ଶିକ୍ଷାନୀତି ଖସଡ଼ାକୁ ବାତିଲ କରିବା ପାଇଁ ଦାବି କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭିଡି କଲେଜର ଛାତ୍ରନେତ୍ରୀ ବାସନ୍ତୀ ଖରା, ସମାବେଶ ସଭାପତି ସୁରଜିତ ସ୍ବାଇଁ ମଞ୍ଚାସୀନ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ମିହିର କର୍କରା, ଅବସରପ୍ରାପ୍ତ ଶିକ୍ଷକ ପ୍ରଦ୍ୟୁମ୍ନ ସାନ୍ତ୍ରା, ଭିଡି କଲେଜ ଶିକ୍ଷା ବିଭାଗ ଏଚ୍‌ଓଡି ସତ୍ୟଜିତ ବରାଳ, କେଶବ ନାୟକ, ଅଧ୍ୟାପକ ସୁଶାନ୍ତ ମହାରଣା ଯୋଗ ଦେଇଥିଲେ। ଏଥିରେ ଜୟପୁର ବିକ୍ରମଦେବ ମହାବିଦ୍ୟାଳୟ, ଜୟପୁର ମହିଳା ମହାବିଦ୍ୟାଳୟ, ବୈପାରିଗୁଡ଼ା ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମହାବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଉପସ୍ଥିତ ଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel