Categories: ଜାତୀୟ

ଶିକ୍ଷାରୁ ବଞ୍ଚିତ ହେବେ ନାହିଁ ଘାଟିର ଜଣେ ବି ଶିଶୁ: ରମେଶ ପୋଖରିଓ୍ବାଲ

ଶ୍ରୀନଗର,୨୪।୧: ଭାରତ ସରକାର ସମସ୍ତଙ୍କ ପାଇଁ ଶିକ୍ଷା ସୁନିଶ୍ଚିତ କରିବାକୁ ଏଠାରେ ଶିକ୍ଷା ଅଧିନିୟମ ଲାଗୁ କରିଛନ୍ତି। ତେଣୁ ଏବେ ଘାଟିରେ କୌଣସି ଶିଶୁ ଶିକ୍ଷାରୁ ବଞ୍ଚିତ ହେବେ ନାହିଁ ବୋଲି ଶୁକ୍ରବାର ଶୀଗନରରେ ଏହା କହିଛନ୍ତି ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଓ୍ବାଲ ନିଶଙ୍କ। ସେ କହିଛନ୍ତି ଏବେ ଘାଟିରେ ପିଲାମାନଙ୍କ ଶିକ୍ଷାପାଇଁ ମାଗଣାରେ ପୋଷାକ, ଭୋଜନ, ପୁସ୍ତକ ସହ ଯାତାୟାତ ମଧ୍ୟ ମାଗଣାରେ ଯୋଗାଇ ଦିଆଯିବ। ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରଠାରୁ ଏଠାରେ ଅନେକ କିଛି ପରିବର୍ତ୍ତନ ହୋଇଛି। ଲୋକେ ସ୍ବାଧୀନଭାବେ ଜୀବନ ବିତାଇବା ଆରମ୍ଭ କରିଛନ୍ତି ବୋଲି କେନ୍ଦ୍ର ସରକାର ଦାବି ମଧ୍ୟ କରୁଛନ୍ତି।

Share