Categories: ଜାତୀୟ

ଶିକ୍ଷାର୍ଥୀଙ୍କୁ ୯୯ ନମ୍ବର ପରିବର୍ତ୍ତେ ଶୂନ ଦେଇ ନିଲମ୍ବିତ ହେଲେ ଶିକ୍ଷୟତ୍ରୀ

ହାଇଦ୍ରାବାଦ୍‌,୨୯।୪: ତେଲେଙ୍ଗାନାରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଦ୍ୱାଦଶ ଶ୍ରେଣୀ ତେଲୁଗୁ ମାତୃଭାଷା ପରୀକ୍ଷାରେ ଶିିକ୍ଷାର୍ଥୀଙ୍କୁ ଜଣେ ଶିକ୍ଷୟତ୍ରୀ ୯୯ ନମ୍ବର ପରିବର୍ତ୍ତେ ଶୂନ ଦେଇ ନିଲମ୍ବିତ ହୋଇଛନ୍ତି। ଏ ସମ୍ପର୍କରେ ଅଭିଯୋଗ ହେବା ପରେ ଉଚ୍ଚକର୍ତ୍ତୃପକ୍ଷ ଶିକ୍ଷୟତ୍ରୀ ଉମା ଦେବୀଙ୍କୁ ୫ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ସହିତ ନିଲମ୍ବିତ କରିଛନ୍ତି। ପରୀକ୍ଷାରେ ଫେଲ୍‌ ହୋଇଥିବା ଶିକ୍ଷାର୍ଥୀଙ୍କ ମଧ୍ୟରେ ଆତ୍ମହତ୍ୟା ମାନସିକତା ବଢୁଥିବାରୁ ଉଚ୍ଚକର୍ତ୍ତୃପକ୍ଷ ଏଭଳି ଦାୟିତ୍ୱହୀନତା ପାଇଁ ଶିକ୍ଷୟତ୍ରୀଙ୍କୁ ନିଲମ୍ବିତ କରାଯାଇଥିବା କୁହାଯାଉଛି।

Share