ଶିକ୍ଷା ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିକୁ ସହାୟତା

ରାଇଘର,୧ା୫(ଡି.ଏନ୍‌.ଏ.): କରୋନା ବିପତ୍ତି ସମୟରେ ସହାୟତାର ହାତ ବଢ଼ାଇଛି ନବରଙ୍ଗପୁର ଜିଲା ରାଇଘର ବ୍ଲକ୍‌ ଶିକ୍ଷା ବିଭାଗ। ପରିସ୍ଥିତିର ମୁକାବିଲା ପାଇଁ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୮ ଲକ୍ଷ ୯୧ ହଜାର ୨୦୦ ଟଙ୍କା ପ୍ରଦାନ କରାଯାଇଛି। ଶିକ୍ଷୟିତ୍ରୀ, ଶିକ୍ଷକଙ୍କ ସମେତ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ସହଯୋଗରେ ସ୍ଥାନୀୟ ବିଡିଓ ଯୁଧିଷ୍ଠିର ନାୟକଙ୍କ ଜରିଆରେ ଏହି ସହାୟତା ରାଶି ଚେକ୍‌ ଆକାରରେ ପ୍ରଦାନ କରାଯାଇଛି। ଏହି ସମୟରେ ରାଇଘର ବିଇଓ ସୁରେଶ ଚନ୍ଦ୍ର ନାୟକ, ଏବିଇଓ ସଚିନ୍‌ ମଲ୍ଲିକ, ଉଗ୍ରସେନ ନାୟକ, ସମା ମାଝି ଏବଂ ଶିକ୍ଷକ ସଂଘର ବୃନ୍ଦାବନ ଦୁର୍ଗା, ସନନ୍ତ ପ୍ରହରାଜ, ଦେବଦାସ ଗଣ୍ଡ, ସ୍ବରୂପ ସାହୁ, ପୂର୍ଣ୍ଣ ବିଶ୍ୱାସ ପ୍ରମୁଖ ଉପସ୍ଥିତ ଥିଲେ।

Share