ଶିକ୍ଷୟିତ୍ରୀଙ୍କୁ ନିର୍ଯାତନା ଘଟଣା: ପ୍ରଧାନ ଶିକ୍ଷକ ଗିରଫ

କ.ନୂଆଗାଁ,୨୦ା୯(ଡ଼ି.ଏନ.ଏ.): କ.ନୂଆଗାଁ ଥାନା କୁଡୁତୁଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁନୀତା ପ୍ରଧାନଙ୍କୁ ନିର୍ଯାତନା ଦେବା ଘଟଣାରେ ଗୁରୁବାର କ.ନୂଆଗାଁ ପୋଲିସ ପ୍ରଧାନ ଶିକ୍ଷକ ଚନ୍ଦ୍ରଶେଖର ମହାରଣାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗତ ମାସ ୨୫ ତାରିଖରେ ଶିକ୍ଷୟିତ୍ରୀଙ୍କ ଅଭିଯୋଗ ପ୍ରକାରେ କ.ନୂଆଗାଁ ଥାନାରେ ପ୍ରଧାନଶିକ୍ଷକ, ସହକାରୀ ଶିକ୍ଷକ ସଦାଶିବ ବେହେରା ଓ ପିଇଟି ଶିକ୍ଷକ ସୁଶାନ୍ତ ବଳିଆରସିଂଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ଥାନାଧିକାରୀ ଶ୍ରୀନିବାସ ସାମଲ ନଂ.୪୮/୧୯ରେ ମାମଲା ରୁଜୁ କରି ତଦନ୍ତ କରୁଥିଲେ। ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଗତ ୧୨ ତାରିଖରେ କ.ନୂଆଗାଁ ଥାନା ଘେରାଉ କରାଯାଇଥିଲା। ଗୁରୁବାର ପ୍ରଧାନଶିକ୍ଷକ ଚନ୍ଦ୍ରଶେଖର ମହାରଣା କାରରେ ଫୁଲବାଣୀ ଯିବା ସମୟରେ କୌଣସି ସୂତ୍ରରୁ ଖବର ପାଇ ଥାନାଧିକାରୀ ସାରଙ୍ଗଗଡ଼ ଛକ ନିକଟରୁ ତାଙ୍କୁ ଗିରଫ କରିଛନ୍ତି।

Share