ଶିକ୍ଷୟିତ୍ରୀଙ୍କ ଗହଣା ଲୁଟ୍‌, ବଳାତ୍କାର ଉଦ୍ୟମ

ଦିଗପହଣ୍ଡି,୧୭୮(ଡି.ଏନ.ଏ.)-ଦିଗପହଣ୍ଡି ଥାନା ମହୁଡ଼ା ଅଞ୍ଚଳ ଅପରାଧୀଙ୍କ ଅମରାବତୀ ପାଲଟିଛି। ପୋଲିସ ଅଭିଯୁକ୍ତମାନଙ୍କୁ ଧରିବାରେ ବିଫଳ ହେଉଛି। ଗୁରୁବାର ଜଣେ ଶିକ୍ଷୟିତ୍ରୀଙ୍କୁ ମହୁଡ଼ା-ନରସିଂହପୁର ଗ୍ରାମ ନିଛାଟିଆ ରାସ୍ତାରେ ଲୁଟ୍‌ ପରେ ବଳାତ୍କାର ଉଦ୍ୟମ ହୋଇଛି। ଦୁର୍ବୃତ୍ତଜଣକ ଶିକ୍ଷୟିତ୍ରୀଙ୍କଠାରୁ ଗହଣା ଲୁଟିନେବାପରେ ବଳାତ୍କାର ଉଦ୍ୟମ କରିଛନ୍ତି। ଏନେଇ ଦିଗପହଣ୍ଡି ଥାନାରେ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି ଏତଲା ଅନୁଯାୟୀ, ବ୍ରହ୍ମପୁର ଅଞ୍ଚଳର ଶିକ୍ଷୟିତ୍ରୀ ଜଣକ ଗୁରୁବାର ସକାଳେ ସ୍ବାଧୀନତା ଦିବସ ପାଳନ ପାଇଁ ସେ ଶିକ୍ଷାଦାନ କରୁଥିବା ବିଦ୍ୟାଳୟକୁ ସ୍କୁଟି ଯୋଗେ ଯାଉଥିଲେ। ସକାଳ ପ୍ରାୟ ୮ଟାରେ ମହୁଡ଼ା-ନରସିଂହପୁର ଗ୍ରାମ ନିଛାଟିଆ ରାସ୍ତାରେ ଜଣେ ଦୁର୍ବୃତ୍ତ ବାଇକରେ ଆସି ତାଙ୍କୁ ଅଟକାଇ ଆକ୍ରମଣ କରିବା ସହ ୩ ଭରି ଓଜନର ସୁନାହାର ଓ କାନଫୁଲ ଲୁଟି ନେଇଥିଲେ। ସେ ଏହାର ପ୍ରତିବାଦ କରିବାରୁ ଦୁର୍ବୃତ୍ତ ଜଣକ ତାଙ୍କୁ ବୁଦା ମୂଳକୁ ଟାଣିନେଇ ବଳାତ୍କାର ଉଦ୍ୟମ କରିଥିଲେ। ମାତ୍ର ଶିକ୍ଷୟିତ୍ରୀ ଜଣଙ୍କ ଖସିଆସି ନିକଟରେ ଥିବା ଗଁା ଆଡକୁ ଦୌଡିଥିଲେ। ଫଳରେ ଦୁର୍ବୃତ୍ତ ଜଣକ ଘଟଣାସ୍ଥଳରୁ ବାଇକ ଯୋଗେ ଚମ୍ପଟ ମାରିଥିଲେ। ଘଟଣା ସମ୍ପର୍କରେ ଶିକ୍ଷୟିତ୍ରୀ ଜଣଙ୍କ ଘରକୁ ଫୋନ କରି ଜଣାଇଥିଲେ। ପରିବାର ଲୋକେ ପହଞ୍ଚତ୍ ତାଙ୍କୁ ନିକଟସ୍ଥ ଡ଼ାକ୍ତରଖାନାକୁ ନେଇଥିଲେ। ଚିକିତ୍ସା ପରେ ଶିକ୍ଷୟିତ୍ରୀ ଜଣକ ତାଙ୍କ ସ୍ବାମୀଙ୍କ ସହ ଯାଇ ଥାନାରେ ଏତଲା ଦେଇଥିଲେ। ଆଇଆଇସି ଗୌରାଙ୍ଗ ଚରଣ ସାହୁ ନଂ.୧୪୯/୧୯ରେ ମାମଲା ରୁଜୁକରି ତଦନ୍ତ ଚଳାଇଛନ୍ତି। ଚିକିଟି ଏସ୍‌ଡିପିଓ ସୁରେନ୍ଦ୍ର ନାଥ ମୁର୍ମୁ ଓ ଆଇଆଇସି ସାହୁ ସଦଳବଳ ଘଟଣାସ୍ଥଳରେ ପହଞ୍ଚତ୍ ସରଜମିନ ତଦନ୍ତ କରିବା ସହ ଶିକ୍ଷୟିତ୍ରୀଙ୍କ ବୟାନ ରେକର୍ଡ କରିଛନ୍ତି।

Share