Categories: ଜାତୀୟ

ଶିବଭକ୍ତ ପୋଲିସକର୍ମୀ

ଭୋପାଳ,୨୧।୨: ମଧ୍ୟପ୍ରଦେଶ ଭୋପାଳର ଜଣେ ସିଂଘମଙ୍କୁ ଶିବଭକ୍ତ ଅବତାରରେ ଦେଖିବାକୁ ମିଳିଛି। ମହାଶିବରାତ୍ରୀର ପୂର୍ବ ସନ୍ଧ୍ୟାରେ ଭୋପାଳରେ ଆଇପିଏସ୍‌ ମିଟ୍‌ର ଆୟୋଜନ ହୋଇଥିଲା। ଏହି ଅବସରରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ ମଧ୍ୟ ଯୋଗଦେଇଥିବା ବେଳେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା। ଏଥିରେ ଉଜୈନର ଏସ୍‌ପି ସଚିନ ଅତୁଲକରଙ୍କ ଦମ୍‌ଦାର ଡ୍ୟାନ୍ସ କରିଥିଲେ। ସଚିନ ଧୋତି ପିନ୍ଧିଥିବା ବେଳେ ଗୋଟିଏ ହାତରେ ଡମ୍ବରୁ ଓ ଅନ୍ୟଟିରେ ଆଳତୀ ଧରି ଶିବଙ୍କ ଗୀତର ତାଳେ ତାଳେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି। ତାଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସଚିନଙ୍କ ଏହି ଅବତାରକୁ ଲୋକେ ବେଶ୍‌ ପସନ୍ଦ କରିବା ସହ ପ୍ରଶଂସା କରିଛନ୍ତି।

Share