Categories: ଜାତୀୟ

ଶିବରାତ୍ରୀ ଅବସରରେ ମହାମୃତ୍ୟୁଞ୍ଜୟ ମନ୍ତ୍ର ଲେଖି ଶୁଭେଚ୍ଛା ଜଣାଇଲେ ମୁସଲିମ୍‌ ମହିଳା

ନୂଆଦିଲ୍ଲୀ,୨୧।୨: ସାରା ଦେଶରେ ମହାଶିବରାତ୍ରୀ ପାଳନ କରାଯାଉଛି। ବିଭିନ୍ନ ଶୈବପୀଠରେ ପଞ୍ଚାକ୍ଷରୀ ମନ୍ତ୍ରରେ ଗୁଞ୍ଜରି ଉଠୁଥିବା ବେଳେ ମହାଦେବଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଲାଗିଛି। ବାବା ଭୋଳାନାଥଙ୍କ ସମ୍ମୁଖରେ ସବୁ ଭକ୍ତ ସମାନ। ଏହି ଅବସରରେ ଦିଲ୍ଲୀ ଭାଜପାର ନେତ୍ରୀ ନିଗହତ ଆବାସ ଟୁଇଟରରେ ଶିବଙ୍କ ମହାମୃତ୍ୟୁଞ୍ଜୟ ମନ୍ତ୍ର ଲେଖି ଲୋକଙ୍କୁ ମହାଶିବରାତ୍ରୀର ଶୁଭେଚ୍ଛା ଜଣାଇଛନ୍ତି। ନିଗହତଙ୍କ ଏହି ଟୁଇଟ ପରେ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ୁଛି।

Share