ଶିବଲିଙ୍ଗଙ୍କୁ ପୂଜା କରୁଛନ୍ତି ମୁସଲମାନ୍‌ ପରିବାର

ଗୁଆହାଟୀ,୩।୩ : ଦେଶରେ ଧର୍ମ, ଜାତି, ସମ୍ପ୍ରଦାୟ ମଧ୍ୟରେ ବାବବିବାଦ ଜାରି ରହିଥିବା ବେଳେ ଆସାମର ଏକ ମୁସଲମାନ୍‌ ପରିବାର ସାମ୍ପ୍ରଦାୟିକ ସଦ୍‌ଭାବର ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ଏହି ପରିବାର ଦୀର୍ଘ ୫୦୦ ବର୍ଷ ଧରି ଶିବଲିଙ୍ଗଙ୍କୁ ପୂଜା କରୁଛନ୍ତିି। ପ୍ରାୟ ୮ ପିଢ଼ି ଧରି ଶିବଲିଙ୍ଗ ତଥା ନଟରାଜଙ୍କୁ ଏହି ପରିବାର ପୂଜା କରିଆସୁଛନ୍ତି। ସ୍ଥାନୀୟ ରଙ୍ଗମହଲ ଗାଁରେ ଥିବା ଶିବ ମନ୍ଦିରର ରକ୍ଷାଣବେକ୍ଷଣ ଦାୟିତ୍ୱ ଏହି ମୁସଲମାନ୍‌ ପରିବାର ଉପରେ ରହିଛି। ମନ୍ଦିରର ଦାୟିତ୍ୱ ପିଢ଼ି ପରେ ପିଢ଼ି ବିଭିନ୍ନ ସଦସ୍ୟଙ୍କ ପାଖକୁ ଆସିଛି। ସମ୍ପ୍ରତି ମତିିବୁର୍‌ ରହେମାନ୍‌ ଶିବ ମନ୍ଦିରର ରକ୍ଷାଣବେକ୍ଷଣ କରୁଛନ୍ତି। ପ୍ରତିଦିନ ସକାଳୁ ଉଠି ସେ ନମାଜ୍‌ ପାଠ ପରେ ମନ୍ଦିରରେ ପୂଜା ଆରମ୍ଭ କରନ୍ତି। ମତିିବୁର୍‌ ମହାଦେବଙ୍କୁ ସ୍ନେହରେ ଅଜା ବୋଲି ଡ଼ାକନ୍ତି। ମତିବୁର୍‌ କୁହନ୍ତି ମହାଦେବ ହେଉଛନ୍ତି ତାଙ୍କ ମା’ଙ୍କର ପିତା ଭଳି। ପ୍ରତିଦିନ ମନ୍ଦିରରେ ହିନ୍ଦୁ ଓ ମୁସଲମାନ୍‌ ସମ୍ପ୍ରଦାୟର ଲୋକେ ପୂଜା କରିବାକୁ ଆସିଥାନ୍ତି। ମନ୍ଦିରଟି ସର୍ବଧର୍ମ ସମନ୍ବୟର ଏକ ପୀଠ ଭାବେ ଖ୍ୟାତି ହାସଲ କରିଛି। ପ୍ରତିବର୍ଷ ଜାଗରରେ ସେଠାରେ ବଡ଼ ମେଳାର ଆୟୋଜନ ହୋଇଥାଏ।

Share