Categories: ଜାତୀୟ

ଶିବସେନାକୁ ଘାରିଛି ବାଡ଼ ଡିଆଁ ଭୟ: ମାତୋଶ୍ରୀରେ ମନ୍ଥନ ପରେ ରଙ୍ଗଶାରଦା ହୋଟେଲ ପହଞ୍ଚିଲେ ବିଧାୟକ

ମୁମ୍ବାଇ,୭।୧୧: ମହାରାଷ୍ଟ୍ର ରାଜନୀତି ଏବେ ସଙ୍କଟ ଦେଇ ଗତି କରୁଛି। ବିଧାନସଭା ଫଳାଫଳ ଘୋଷଣାକୁ ଇତିମଧ୍ୟରେ ୧୩ ଦିନ ବିତିଥିଲେ ମଧ୍ୟ ରାଜ୍ୟରେ ସରକାର ଗଠନ ପଦ୍ମ ଘୁଞ୍ଚିବାରେ ଲାଗିଛି। ତେବେ ଶିବସେନାକୁ ଏବେ ବାଡ଼ ଡିଆଁ ଭୟ ଘାରିଛି। ତେଣୁ ଗୁରୁବାର ଶିବସେନା ବିଧାୟକଙ୍କ ବୈଠକ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱରେ ମାତୋଶ୍ରୀଠାରେ ଅନୁଷ୍ଠିତ ହୋଇଛି। ମାତୋଶ୍ରୀରେ ମନ୍ଥନ ପରେ ଦଳର ୫୬ ବିଧାୟକଙ୍କୁ ପଞ୍ଚତାରକା ହୋଟେଲ ରଙ୍ଗଶାରଦାକୁ ସ୍ଥାନାନ୍ତର କରାଯାଇଛି। ଦଳରେ ଫାଟ ସୃଷ୍ଟି ହେବା ଆଶଙ୍କାକୁ ଦୃଷ୍ଟିରେ ରଖି ଏଭଳି କରାଯାଇଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।

Share