Categories: ଜାତୀୟ

ଶିବସେନାକୁ ଝଟକା, ନିର୍ବାଚନ ପୂର୍ବରୁ ଇସ୍ତଫା ଦେଲେ ୩୦୦ରୁ ଊର୍ଦ୍ଧ୍ୱ କାର୍ଯ୍ୟକର୍ତ୍ତା

ପୁଣେ,୧୦।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଦଳବଦଳ ରାଜନୀତି ଜୋର ଧରିଛି। ଶିବସେନାର ୩୦୦ରୁ ଊର୍ଦ୍ଧ୍ୱ କାର୍ଯ୍ୟକର୍ତ୍ତା ଏବଂ ୨୬ ମହାନଗର ନିଗମ ପରିଷଦ ସଭ୍ୟ ଦଳରୁ ଇସ୍ତଫା ଦେଇଛନ୍ତି। ସେମାନେ ନିଜ ନିଜ ଇସ୍ତଫା ପତ୍ର ଦଳର ସୁପ୍ରିମୋ ଉଦ୍ଧବ ଠାକରେଙ୍କୁ ପଠାଇଦେଇଛନ୍ତି। ଫଳରେ ଦଳକୁ ଝଟକା ଲାଗିଛି। ଇସ୍ତଫା ଦେଇଥିବା କାର୍ଯ୍ୟକର୍ତ୍ତାମାନେ ଟିକେଟ୍‌ ବଣ୍ଟନରୁ ନେଇ ଅସନ୍ତୁଷ୍ଟ ଥିଲେ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ରାଜ୍ୟରେ ଶିବସେନା ଭାଜପା ସହ ମିଶି ନିର୍ବାଚନ ଲଢୁଛି। ଉଭୟ ଦଳ ପକ୍ଷରୁ ବହୁ ନେତା ଟିକେଟ ବଣ୍ଟାକୁ ନେଇ ଆପତ୍ତି ଉଠାଇ ଦଳ ଛାଡୁଥିବାର ଦେଖାଯାଇଛି। ମହାରାଷ୍ଟ୍ର ବିଧାନସଭାର ୨୮୮ଟି ଆସନ ପାଇଁ ଅକ୍ଟୋବର ୨୧ରେ ନିର୍ବାଚନ ହେବ।

Share