Categories: ଜାତୀୟ

ଶିବସେନାକୁ ସମର୍ଥନ କଲେ ଆଉ ୨ ବିଧାୟକ

ମୁମ୍ବାଇ,୨୭।୧୦: ମହାରାଷ୍ଟ୍ରରେ ସରକାର ଗଠନ କରିବା ପୂର୍ବରୁ ଶିବସେନାକୁ ଆଉ ୨ ବିଧାୟକଙ୍କ ସମର୍ଥନ ମିଳିଛି। ପ୍ରହାର ଜନଶକ୍ତି ପାର୍ଟିର ଏହି ୨ ବିଧାୟକ ସମର୍ଥନ ଜଣାଇ ଉଦ୍ଧବ ଠାକରେଙ୍କୁ ସେମାନଙ୍କ ପତ୍ର ହସ୍ତାନ୍ତର କରିଛନ୍ତି। ଅଚଲପୁର ବିଧାନସଭା ଆସନର ପ୍ରାର୍ଥୀ ବଚୁ କଡୁ ଓ ମେଲଘାଟ ବିଧାନସଭା ଆସନର ରାଜକୁମାର ପଟେଲ ଶିବସେନାକୁ ସମର୍ଥନ ଦେଇଛନ୍ତି। ସୂଚନାଯୋଗ୍ୟ, ଗତ ୨୪ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହୋଇ ସାରିଥିବା ବେଳେ ଏପର୍ଯ୍ୟନ୍ତ ଭାଜପା ଓ ଶିବସେନା ମଧ୍ୟରେ ସରକାର ଗଠନକୁ ନେଇ ଅଙ୍କ କଷା ଛିଡୁନି। ଶିବସେନା ୫୦-୫୦ଅଙ୍କକୁ ନେଇ ଅଡି ବସିଥିବା ବେଳେ ଭାଜପା ଅଧ୍ୟକ୍ଷ ଅମିତ ଶାହ ଦୀପାବଳି ପରେ ଯାହା ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି।

Share