ଶିବସେନାରେ ଯୋଗଦେଲେ ସଲମାନଙ୍କ ବଡିଗାର୍ଡ ଶେରା

ମୁମ୍ବାଇ,୧୯।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ଆଉ ମାତ୍ର ୩ ଦିନ ବାକିଥିବା ବେଳେ ଶୁକ୍ରବାର ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁଙ୍କ ବଡିଗାର୍ଡ ଗୁରମିତ ସିଂ(ଶେରା) ରାଜନୀତିରେ ପାଦ ଦେଇଛନ୍ତି। ସେ ଶିବସେନାରେ ଯୋଗ ଦେଇଥିବା ଦଳ ଟୁଇଟ୍‌ କରି ଜଣାଇଛି। ଦଳ ମୁଖ୍ୟ ଉଦ୍ଧବ ଠାକରେ ଓ ଯୁବ ଶିବସେନା ଅଧ୍ୟକ୍ଷ ଆଦିତ୍ୟ ଠାକରେଙ୍କ ଉପସ୍ଥିତିରେ ମୁମ୍ବାଇର ମଟୋଶ୍ରୀରେ ଥିବା ତାଙ୍କ ଘରେ ଦଳରେ ଯୋଗ ଦେଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ମହାରାଷ୍ଟ୍ର ବିଧାନସଭା ପାଇଁ ଆସନ୍ତା ୨୧ ତାରିଖରେ ଭୋଟ ଗ୍ରହଣ କରାଯିବାକୁ ଥିବା ବେଳେ ୨୪ରେ ଭୋଟ ଗଣତି କରାଯିବ।

Share