Categories: ଜାତୀୟ

ଶିବସେନାର ସମର୍ଥନ କଂଗ୍ରେସ ପାଇଁ ମାରାତ୍ମକ: ନିରୁପମ

ମୁମ୍ବାଇ,୧୦।୧୧: ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ସବୁ ଦଳ ଅଙ୍କ କଷିବାରେ ଲାଗିଛନ୍ତି। ଇତି ମଧ୍ୟରେ ମୁମ୍ବାଇର କଂଗ୍ରେସ ନେତା ସଞ୍ଜୟ ନିରୁପମ ମଧ୍ୟ ମେଣ୍ଟକୁ ନେଇ ବଡ କଥା କହିଛନ୍ତି। ସେ କହିଛନ୍ତି ମହାରାଷ୍ଟ୍ରରେ କଂଗ୍ରେସ-ଏନ୍‌ସିପି ମେଣ୍ଟରେ ସରକାର ଗଢିବା ଏକ କଳ୍ପନା ମାତ୍ର। କାରଣ ଶିବସେନା ବିନା ଏହା ଅସମ୍ଭବ। ଯଦି ଶିବସେନାର ସମର୍ଥନ ନିଆଯାଏ ତେବେ ଏହା କଂଗ୍ରେସ ପାଇଁ ମାରାତ୍ମକ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ରବିବାର ସନ୍ଧ୍ୟାରେ ଭାଜପା ରାଜ୍ୟପାଳଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହାସହ ଭାଜପା ଏହାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ରଖିଛି। ଏପଟେ ଶିବସେନା ମଧ୍ୟ ଭାଜପାକୁ ସରକାର ଗଠନ କରାଇ ନ ଦେବାକୁ ଚାହିଁ ବସିଛି।

Share