Categories: ଜାତୀୟ

ଶିବସେନାର ୪ ମନ୍ତ୍ରୀଙ୍କୁ ହଟାଇବାକୁ ମୁଖ୍ୟମନ୍ତ୍ରୀ ଶିନ୍ଦେଙ୍କୁ କହିଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ: ସଞ୍ଜୟ ରାଉତ

ମୁମ୍ବାଇ,୧୦।୬: ମହାରାଷ୍ଟ୍ର କ୍ୟାବିନେଟରେ ପରିବର୍ତ୍ତନ ନେଇ ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ଶୁକ୍ରବାର ଦାବି କରିଛନ୍ତି ଯେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ୪ ଶିବସେନା ମନ୍ତ୍ରୀଙ୍କୁ ହଟାଇବାକୁ କହିଛନ୍ତି। ଶିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା ରାଉତଙ୍କ ବିବୃତ୍ତିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ବହୁ ପ୍ରତୀକ୍ଷିତ କ୍ୟାବିନେଟ ବିସ୍ତାରକୁ ନେଇ ରାଜ୍ୟରେ ରାଜନୈତିକ ବିସ୍ଫୋରଣ ହେବ ବୋଲି ରାଉତ ଗଣମାଧ୍ୟମକୁ କହିଛନ୍ତି। ସେ କହିଛନ୍ତି ଯେ କ୍ୟାବିନେଟରେ ପରିବର୍ତ୍ତନ ପାଇଁ ଅମିତ ଶାହା ମୁଖ୍ୟମନ୍ତ୍ରୀଙ୍କୁ କିଛି ନିର୍ଦ୍ଦେଶ ଦେଇଛନ୍ତି।

ସଞ୍ଜୟ ରାଉତ ଦାବି କରିଛନ୍ତି ଯେ ଅମିତ ଶାହା ନିର୍ଦ୍ଦେଶ ଦେଇଛନ୍ତି ଯେ କ୍ୟାବିନେଟ ସମ୍ପ୍ରସାରଣ ପରେ,’ ଶିନ୍ଦେ ଦଳର ବରିଷ୍ଠ ଚାରିଜଣ ମନ୍ତ୍ରୀଙ୍କୁ ହଟାଇବା ଉଚିତ୍‌, ମୁଁ ଏଭଳି ସୂଚନା ପାଇଛି । ଅନ୍ୟପକ୍ଷରେ ଶାସକ ଶିବସେନା କହିଛନ୍ତି ଯେ ସଞ୍ଜୟ ରାଉତ ଅନ୍ୟମାନଙ୍କ କାର୍ଯ୍ୟରେ ଅନାବଶ୍ୟକ ଭାବରେ ହସ୍ତକ୍ଷେପ କରୁଛନ୍ତି।

Share