Categories: ଜାତୀୟ

ଶିବସେନା, ଏନସିପି ଏବଂ କଂଗ୍ରେସ ମିଳିତ ସରକାର ୬ ମାସରୁ ଅଧିକ ଦିନ ତିଷ୍ଠି ପାରିବନି:ଫଡନବୀଶ

ମୁମ୍ବାଇ,୧୫।୧୧: ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରି ହୋଇଥିଲେ ମଧ୍ୟ ସରକାର ଗଠନ ନେଇ ଆଲୋଚନା ଜାରି ରହିଛି। ଯଦି ଶିବସେନା, ଏନସିପି ଏବଂ କଂଗ୍ରେସ ମିଳିତ ଭାବରେ ସରକାର ଗଠନ କରନ୍ତି ତେବେ ୬ ମାସରୁ ଅଧିକ ଦିନ ସରକାର ଚଳାଇ ପାରିବେ ନାହିଁ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶ କହିଛନ୍ତି। ଗୁରୁବାର ଭାଜପା ବିଧାୟକଙ୍କ ବୈଠକ ପରେ ସେ ଏହା କହିଛନ୍ତି। ସେପଟେ ସରକାର ଗଠନ ପାଇଁ ଶିବସେନା ଏନସିପି ଏବଂ କଂଗ୍ରେସ ଦଳ ଆଲୋଚନା କରିଛି। ଶିବସେନା ନିଜ ପୂର୍ବ ମତ ଦୋହରାଇ କହିଛି, ଆମ ଦଳର ହିଁ ମୁଖ୍ୟମନ୍ତ୍ରୀ ହେବ। ସୂଚନାଯୋଗ୍ୟ, ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ୧୯ ଦିନ ପରେ କୌଣସି ଦଳ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ଗରିଷ୍ଠତା ହାସଲ କରି ନ ପାରିବାରୁ ରାଜ୍ୟପାଳ ଭଗତ ସିଂହ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିଛନ୍ତି। ଗତ ନିର୍ବାଚନର୍ଭୋଜପା ୧୦୫ଟି, ଶିବସେନା ୫୬ଟି ଆସନ ଜିତିଥିବା ବେଳେ ଏନସିପି ୫୪ଟି ଓ କଂଗ୍ରେସ ୪୪ଟି ଆସନ ପାଇଛି।

Share