ମୁମ୍ବାଇ,୧୩।୧୧: ମହାରାଷ୍ଟ୍ରରେ ଶିବସେନା-ଏନ୍ସିପି-କଂଗ୍ରେସ ମେଣ୍ଟ ସରକାର ଗଠନ ହେବ। ଏନେଇ ଆଲୋଚନା ଜାରି ରହିଛି ବୋଲି ଶିବସେନା ପ୍ରବକ୍ତା ସଞ୍ଜୟ ରାଉତ ହସ୍ପିଟାଲରୁ ବାହାରିବା ପରେ ସୂଚନା ଦେଇଛନ୍ତି। ରାଜ୍ୟରେ ଆଉ ୬ ମାସ ପରେ ବିଧାନସଭା ନିର୍ବାଚନ ହେବ ନାହିଁ। ଖୁବ୍ ଶୀଘ୍ର ରାଜ୍ୟରେ ଶିବସେନାର ଜଣେ ମୁଖ୍ୟମନ୍ତ୍ରୀ ହେବେ ବୋଲି ସେ କହିଛନ୍ତି। ତେବେ ହିନ୍ଦୁତ୍ୱ ଚିନ୍ତାଧାରା ରଖୁଥିବା ଶିବସେନା ସହିତ କଂଗ୍ରେସ କେତେ ଦୂର ମେଣ୍ଟ କରିବାକୁ ସକ୍ଷମ ହେବ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।