Categories: ଜାତୀୟ

ଶିବସେନା, କଂଗ୍ରେସ, ଏନ୍‌ସିପିର ରାଜ୍ୟପାଳଙ୍କ ସହ ହୋଇ ପାରିଲାନି ସାକ୍ଷାତ୍‌

ମୁମ୍ବାଇ,୧୬।୧୧: ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରି କରାଯାଇଥିବା ବେଳେ ଏବେ କିନ୍ତୁ ସରକାର ଗଠନକୁ ନେଇ ଭାଜପା ଓ ଶିବସେନା ପାଗ ଭିଡୁଥିବା ଆଲୋଚନାର ବିଷୟ ପାଲଟିଛି। ଶନିବାର ଅପରାହ୍ନରେ କୃଷକ ସମସ୍ୟାକୁ ନେଇ ଶିବସେନା, କଂଗ୍ରେସ ଓ ଏନ୍‌ସିପି ରାଜ୍ୟପାଳ ଭଗତ ସିଂ କୋଶିୟାରୀଙ୍କୁ ସାକ୍ଷାତ୍‌ କରିବାର କାର୍ଯ୍ୟକ୍ରମ ଥିଲା। ହେଲେ ଏହା ସ୍ଥଗିତ ରଖାଯାଇଥିବା ସୂଚନା ମିଳିଛି। ଯଦି ଏହା ହୋଇ ଥାଆନ୍ତା ତେବେ ମହାରାଷ୍ଟ୍ରରେ ସରକାର ଗଠନ ପୂର୍ବରୁ ଏହି ୩ ଦଳ ପ୍ରଥମଥର ଲାଗି ଏକାଠି ରାଜ୍ୟପାଳଙ୍କୁ ସାକ୍ଷାତ୍‌ କରି ଥାଆନ୍ତେ। ଅନ୍ୟପଟେ କୁହାଯାଉଛି କି ଶିବସେନା, କଂଗ୍ରେସ ଓ ଏନ୍‌ସିପି ମଧ୍ୟରେ ସରକାର ଗଠନକୁ ନେଇ ସବୁ ପ୍ରକାର କଥାବାର୍ତ୍ତା ସରିଛି। ଖୁବଶୀଘ୍ର ଏହି ମେଣ୍ଟ ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି ଉପସ୍ଥାପନ କରିପାରେ।

Share