Categories: ଜାତୀୟ

ଶିବସେନା ନେତାଙ୍କୁ ହତ୍ୟା

ମୁମ୍ବାଇ,୧୭।୩(ପି.ଟି.):ମହାରାଷ୍ଟ୍ରର ଅହମଦନଗର ଜିଲାରେ ଶିବସେନାର ଜଣେ କାର୍ଯ୍ୟକର୍ତ୍ତାଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଏହି ଘଟଣାରେ ପୋଲିସ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ରବିବାର ସନ୍ଧ୍ୟାରେ ଶିବସେନା କୋପାରଗାଁଓ ୟୁନିଟ ଉପଜିଲା ସଭାପତି ସୁରେଶ ଗିର୍‌ ପାଟିଲଙ୍କ ଘରେ ୬ ଜଣ ପ୍ରବେଶ କରି ତାଙ୍କ ଉପରକୁ ୪ ରାଉଣ୍ଡ ଗୁଳି ଚଳାଇବା ସହ ଛୁରି ଭୁସିଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଚିହ୍ନଟ କରାଯାଇଥିବା ପୋଲିସ କହିଛି। ମୃତ ଶିବସେନା ନେତାଙ୍କ ବିରୋଧରେ ହତ୍ୟା ଓ ଦଙ୍ଗା ମାମଲା ଥିଲା।

Share