Categories: ଜାତୀୟ

ଶିବସେନା ନେତା ହେବେ ମୁଖ୍ୟମନ୍ତ୍ରୀ: କଂଗ୍ରେସ

ମୁମ୍ବାଇ,୧୨।୧୧: ମହାରାଷ୍ଟ୍ର ରାଜନୀତି ଏବେ ନୂଆ ମୋଡ ନେବାକୁ ଯାଉଛି। ଅର୍ଥାତ୍‌ ରାଷ୍ଟ୍ରପତି ଶାାସନକୁ ନେଇ ଏବେଠାରୁ ଆଲୋଚନା ଆରମ୍ଭ ହେଲାଣି। କିନ୍ତୁ ଇତିମଧ୍ୟରେ ମହାରାଷ୍ଟ୍ରର କଂଗ୍ରେସ ନେତା କେସି ପଦଭି କହିଛନ୍ତି ଶେଷ ଫଳାଫଳ ସକରାତ୍ମକ ହେବ ଓ ଶିବସେନା ନେତା ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବେ। ସେ ତାଙ୍କର ନିଜସ୍ବ ମତ ଦେଇ କହିଛନ୍ତି ୩ ଦଳ(ଶିବସେନା, ଏନ୍‌ସିପି ଓ କଂଗ୍ରେସ)ମେଣ୍ଟରେ ମହାରାଷ୍ଟ୍ରରେ ସରକାର ଗଠନ ହେବ ଓ ଶିବସେନା ମୁଖ୍ୟମନ୍ତ୍ରୀ ଆସନରେ ବସିବ। ସୂଚନାଯୋଗ୍ୟ, ମହାରାଷ୍ଟ୍ର ବିଧାନସଭା ଫଳଫଳ ଅନୁଯାୟୀ, କୌଣସି ଦଳ ନିକଟରେ ସଂଖ୍ୟା ଗରିଷ୍ଠତା ନ ଥିବାରୁ ରାଜ୍ୟପାଳ ଭଗତ ସିଂ କୋଶିୟାରୀ ପ୍ରଥମେ ଅଧିକ ଆସନରେ ବିଜୟ ଲାଭ କରିଥିବା ଭାଜପାକୁ ସରକାର ଗଠନ ଲାଗି ଆମନ୍ତ୍ରଣ କରିଥିଲେ। ହେଲେ ଏକାକି ଭାଜପା ସରକାର ଗଠନ ନ କରିପାରିବାରୁ ଏଥିରୁ ଓହରି ଯାଇଥିଲା। ଏହାପରେ ଶିବସେନାର ପାଳି ପଡିଥିଲା। ହେଲେ ଏପର୍ଯ୍ୟନ୍ତ ଶିବସେନା ମେଣ୍ଟ କରି ନ ପାରିବାରୁ ସେ ବି ସରକାର ଗଠନ ପାଇଁ ସକ୍ଷମ ହୋଇ ପାରୁନାହିଁ। ଏପଟେ ଏବେ ରାଜ୍ୟପାଳ ସରକାର ଗଠନ ପାଇଁ ଏନ୍‌ସିପିକୁ ଆମନ୍ତ୍ରଣ କରିଥିବା ଜଣାପଡିଛି। ତେଣୁ ଫଳାଫଳ ଏବେବି ଅସ୍ପଷ୍ଟ ହୋଇରହିଛି।

Share