Categories: ଜାତୀୟ

ଶିବସେନା ପାଇଁ ନୂଆ ସୂର୍ଯ୍ୟୋଦୟ

ମୁମ୍ବାଇ,୨୮।୧୧: ମହାରାଷ୍ଟ୍ରରେ ପ୍ରଥମଥର ଲାଗି ଶିବସେନା ନେତା ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଏହାକୁ ନେଇ କେବଳ ଶିବସେନା ଶିବିରରେ କାହିଁକି ସାରା ଦେଶରେ ଅଗଷ୍ଟ ୧୫ ଭଳି ଉତ୍ସବ ପାଳନ କରାଯାଉଛି ବୋଲି ଶିବସେନା କହିଛି। ଏହା ଦଳ ପାଇଁ ନୂଆ ସୂର୍ଯ୍ୟୋଦୟ ବୋଲି କୁହାଯାଉଛି। ସାମନା ମାଧ୍ୟମରେ ଏହି ଖୁସିକୁ ଜାହିର କରିଛି ଶିବସେନା। ଆହୁରି ମଧ୍ୟ ଶିବସେନା କହିଛି ଆଜି ମହାରାଷ୍ଟ୍ର ପାଇଁ ଦ୍ୱିଗୁଣା ଆନନ୍ଦ ଆସିଛି କାରଣ ମୁଖ୍ୟମନ୍ତ୍ରୀ ଆସନରେ ପ୍ରଥମ କରି ଠାକରେ ପରିବାରର ସଦସ୍ୟ ସେ ପୁଣି ଉଦ୍ଧବ ଠାକରେ ବସିବାକୁ ଯାଉଥିବାରୁ ଏହା ମହାରାଷ୍ଟ୍ର ପାଇଁ ବଡ ସୌଭାଗ୍ୟର ବିଷୟ।

Share